Below header

ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବ ଉପରେ ଲାଗିଛି ମୋହର

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପଞ୍ଚାୟତ ବୁଝିବ ସ୍କୁଲ, ହସ୍ପିଟାଲ, ଏଲ୍‌ଆଇ, ଭେଟେନାରୀ କେନ୍ଦ୍ରର ଉନ୍ନତିକରଣ ଦାୟିତ୍ୱ । ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଯେପରି ଉଚ୍ଚସ୍ତରୀୟ ବିଦ୍ୟାଳୟ ଭିତ୍ତିଭୂମି ମିଳିବ, ସେଥିପ୍ରତି ପଞ୍ଚାୟତିରାଜ ବିଭାଗ ଗୁରୁତ୍ୱ ଦେବ । ଏଥିସହିତ ରାଜ୍ୟରେ ଜଳସମ୍ପଦର ସଂରକ୍ଷଣ, ଜଳସେଚନ, ଜଳ ନିଷ୍କାସନ ଓ ଜଳର ସଦୁପଯୋଗ କରାଯିବାକୁ ଦୃଷ୍ଟିରେ ରଖି ସରକାର ୧୯ ହଜାର ୧୦୦ କୋଟିର ବିନିଯୋଗ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ରାଜ୍ୟରେ ଜଳ ସେଚନ ଓ ଜଳ କ୍ଷମତାକୁ ତ୍ୱରାନ୍ଵିତ କରିବା ପାଇଁ ଆସନ୍ତା ୫ ବର୍ଷରେ ସରକାର ୧୫ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିରେ ୩୮ ହଜାର ୪୬୩ ହେକ୍ଟର ଅଞ୍ଚଳ ଜଳସେଚିତ ହେବ । ଏହା ସହ ୪୪୯ କେନାଲ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ । ସେହିପରି ଜଳନିଷ୍କାସନ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବା ପାଇଁ ଆସନ୍ତା ୪ ବର୍ଷରେ ୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ୩ ହଜାର ୯୧୦ କିଲୋମିଟର ବିଭିନ୍ନ ନଦୀ ଓ ନାଳର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହେବ । ଆଗାମୀ ଜଳ ସଙ୍କଟ ଦୂର ପାଇଁ ମହାନଦୀ, ବୈତରଣୀ, ଋଷିକୂଲ୍ୟା ଓ ବ୍ରାହ୍ମଣୀ ନଦୀରେ ସରକାର ଜଳଭଣ୍ଡାର ଓ ଆନିକଟ୍‌ ନିର୍ମାଣ କରିବେ । ଏଥିପାଇଁ ଆସନ୍ତା ୬ ବର୍ଷରେ ୧୧ ହଜାର ୭ ଶହ କୋଟି ଖର୍ଚ୍ଚ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.