Below header

ସୋସିଆଲ ମିଡିଆ ଛାଡିବେ ମୋଦି, ଏନେଇ ଟ୍ଵିଟ କରି ସୂଚନା ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍: ସୋସିଆଲ ମିଡିଆ ଛାଡିବା ନେଇ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ପିଏମ ମୋଦୀ ଟ୍ଵିଟ କରି ସୂଚନା ଦେଇଛନ୍ତି । କହିଛନ୍ତି, ଫେସବୁକ, ଇନ୍‌ଷ୍ଟାଗ୍ରାମ ଓ ୟୁଟିବ ଆକାଣ୍ଟକୁ ଛାଡିବା ନେଇ ସେ ଆସନ୍ତା ରବିବାର ଚିନ୍ତା କରିପାରନ୍ତି । ଯାହା ତାଙ୍କର ଲକ୍ଷାଧିକ ଫଲୋରଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବାଧିକ ସୋସିଆଲ ମିଡିଆରେ ଫଲୋର୍ସ ଅଛନ୍ତି । କେବଳ ଟ୍ଵିଟରରେ ୫୩ ଦଶମିକ ୩ ମିଲିୟନ ଫଲୋର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଛନ୍ତି । ସେହିପରି ଫେସବୁକ୍‌ରେ ୪୪ ମିଲିୟନ ଓ ଇନ୍‌ଷ୍ଟାଗ୍ରାମରେ ୩୫ ଦଶମିକ ୨ ମିଲିୟନ ଫଲୋର୍ସ ଅଛନ୍ତି । ସେହିପରି ୟୁଟ୍ୟୁବରେ ମୋଦିଙ୍କୁ ୪୫ ଲକ୍ଷ ସବସ୍କ୍ରାଇବ କରିଛନ୍ତି । ଫେସବୁକରେ ସବୁଠୁ ସକ୍ରିୟ ୫୦ ବଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ମୋଦି ଶୀର୍ଷରେ ରହିଛନ୍ତି । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ବି ସେ ଆଗେରେ ଅଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡିବା ଘୋଷଣା ପଛରେ କରଣ କଣ ତାହା ଯାଣିବାକୁ ଅନେକ ୟୁଜର ଆଗ୍ରହ ପ୍ରକାଶ କରିଛନ୍ତି । କରଣ ସଂପର୍କରେ ମୋଦି କିଛି କହିନାହାନ୍ତି । ନିଷ୍ପତ୍ତି ପୁନର୍ବିଚାର କରିବା ଲାଗି ସମର୍ଥକ ତାଙ୍କୁ ଅନୁରୋଧ କରିଛନ୍ତି । ତେବେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରରୁ ମୋଦୀ ସୋସିଆଲ ମିଡିଆରେ ଲକ୍ଷାଧିକ ଲୋକଙ୍କ ସିଧାସଳଖ ଯୋଡି ହୋଇଆସୁଥିଲେ । ତେବେ ଦିଲ୍ଲୀ ହିଂସାକାଣ୍ଡର ତିନି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ ପରେ ଦୁଃଖ ପ୍ରକାଶ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିବା ଛାଡିବା ନେଇ ନିଷ୍ପତ୍ତି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସୋସିଆଲ ମିଡଆ ନଛାଡି ମୋଦି ଘୃଣାଭାବ ଛାଡିବାକୁ ରାହୁଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.