ଆଜିଠୁ ଯୁକ୍ତ ୨ ପରୀକ୍ଷା, ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

କେନ୍ୟୁଜ୍: ଆଜିଠୁ ଯୁକ୍ତ ୨ ପରୀକ୍ଷା । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ । ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଚଳିତ ବର୍ଷ ୩ ଲକ୍ଷ ୫୦ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ୨ଲକ୍ଷ ୨୦ହଜାର ୪୩୭, ବିଜ୍ଞାନରେ ୯୭ ହଜାର ୫୪୬, ବାଣିଜ୍ୟରେ ୨୫ ହଜାର ୭୮୫ ଓ ଭୋକେସନାଲ୍‌ରେ ପରୀକ୍ଷା ଦେବେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ । ୧୬୨୮ଟି ଜୁନିୟର କଲେଜ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୧୧୪୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କପି ରୋକିବା ଠାରୁ ଆରମ୍ଭ କରି ଶୃଙ୍ଖଳିତ ଭାବେ ପରୀକ୍ଷା କରାଇବା ପାଇଁ ସିସିଟିଭି ଲଗାଯାଇଛି। ୨୦୨ଟି ହବ୍‌ରେ ରହିଛି ପ୍ରଶ୍ନପତ୍ର। କଡା ସୁରକ୍ଷା ମଧ୍ୟରେ ସାଢେ ୯ଟା ସୁଦ୍ଧାର ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.