ଆଜି ଦିନିକିଆ ସୁୁନ୍ଦରଗଡ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁୁନ୍ଦରଗଡ(କେନ୍ୟୁଜ୍): ଆଜି ଦିନିକିଆ ସୁୁନ୍ଦରଗଡ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତରେ ପ୍ରାୟ ୧୫୦୦କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୪୯୪ କୋଟି ୪୩ ଳକ୍ଷ ଟଙ୍କାର ୪୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୧୦୩୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଆଇଟିଡିଏ ସୁନ୍ଦରଗଡ଼ ଦ୍ୱାରା ନିର୍ମିତ ୧୫ଟି ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ, ସୁନ୍ଦରଗଡ ଏବଂ ରାଉରକେଲା ରାସ୍ତା ଓ କୋଠାବାଡି ଡିଭିଜନ୍ ଦ୍ୱାରା ନିର୍ମିତ ୪ଟି ସଡ଼କ ପ୍ରକଳ୍ପର ଉଦ୍‌ଘାଟନ କରିବେ । ୪ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ, ୩୭ଟି ଆମ୍ବୁଲାନ୍ସ ଏବଂ ୧୫ଟି ମହାପ୍ରୟାଣ ଯାନ ସହ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ମିତ ୩ଟଇ ସେତୁ, ଲେଫ୍ରିପଡ଼ା ଆଦର୍ଶ ବିଦ୍ୟାଳୟ ଓ ୨ଟି ସଡ଼କ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ, ୬ଟି ସଡ଼କ ଉନ୍ନତିକରଣ ପ୍ରକଳ୍ପ, ଗୋଟିଏ ହାଇଲେଭଲ୍ ସେତୁ ଏବଂ ଅନ୍ୟାନ୍ୟ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଡିଆରଡିଏ ସୁନ୍ଦରଗଡ଼ର ୨ଟି ବିଦ୍ୟୁତ ଭିତ୍ତିଭୂମି, ରାଉରକେଲା ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌ର ୪ଟି ସେତୁ ଓ ୪ଟି ସଡ଼କ ନିର୍ମାଣ ପ୍ରକଳ୍ପ, ଜିଲ୍ଲାର ୧୦ଟି ବ୍ଲକ ପାଇଁ ୮୩ଟି ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.