Below header

ଘଷିରୁ ଲାଗିଲା ନିଆଁ, ହୁତ୍ ହୁତ୍ ହୋଇ ଜଳିଗଲା ୮ ବଖରା

ଖୋର୍ଦ୍ଧା (କେନ୍ୟୁଜ୍‌): ଖୋର୍ଦ୍ଧା ଜିଲ୍ଲା ହଜ୍ ପଞ୍ଚାୟତର ନିଧିପୁର ମାଳି ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୮ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଗତକାଲି ରାତିରେ ଘଟିଥିବା ଏହି ଘଟଣାରେ ଏହି ପରିବାର ଲୋକେ ସମ୍ପୂର୍ଣ୍ଣ ଗୃହ ଶୂନ୍ୟ ହୋଇଯାଇଛନ୍ତି ।

ଗାଁ ଗହଳିରେ ରାତିରେ ଗାଈଗୋରୁଙ୍କୁ ମଶା ଦାଉରୁ ରକ୍ଷା କରିବା ଲାଗି ଘସି ଧୂଆଁ ଦିଆଯାଏ । ସେହି ନିଆଁରୁ ଗୁହାଳ ଘରେ ଓ ପରେ ବାସଘରକୁ ନିଆଁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ଘରର ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.