ବାଲି ଚୋରି ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ, ୮ ବାଲି ଗାଡ଼ି ଜବତ

ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଅଞ୍ଚଳ ଦେଇ ଯାଇଥିବା କୋଚିଳା ନଦୀରୁ ବାଲି ନେଇ ଆସୁଥିବା ପ୍ରାୟ ୮ ଗୋଟି ବାଲି ଗାଡ଼ିକୁ ଧୂଷୁରୀ ଥାନା ଆଗରେ ଆଜି ସକାଳୁ ସକାଳୁ ଜବତ କରିଛି ଧୂଷୁରୀ ପୋଲିସ।

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଧୂଷୁରୀ ପୋଲିସ ଦ୍ବାରା ବେଆଇନ ବାଲି ଗାଡ଼ି ଜବତ। ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଅଞ୍ଚଳ ଦେଇ ଯାଇଥିବା କୋଚିଳା ନଦୀରୁ ବାଲି ନେଇ ଆସୁଥିବା ପ୍ରାୟ ୮ ଗୋଟି ବାଲି ଗାଡ଼ିକୁ ଧୂଷୁରୀ ଥାନା ଆଗରେ ଆଜି ସକାଳୁ ସକାଳୁ ଜବତ କରିଛି ଧୂଷୁରୀ ପୋଲିସ। ସମସ୍ତ ଗାଡ଼ି ଟ୍ରାକ୍ଟର ହୋଇଥିବା ଏବଂ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଅନୁଯାୟୀ ଜଣାପଡିଛି। ସେପଟେ ଗତ କିଛି ଦିନ ହେବ ଧୂଷୁରୀ ହସାନା ବାଦ୍ ଓ ଅର୍ଜୁନ ପୁର ଅଞ୍ଚଳର ଦେଇ ଯାଇଥିବା କୋଚିଳା ନଦୀ ରୁ ବେଆଇନ ଭାବରେ ବାଲି ଚୋରି ହେଇଥିବା ସ୍ଥାନୀୟ ଚାଷୀ ତଥା ଗ୍ରାମର ଲୋକେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଆଜି ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ।

You might also like