ନିରୀହ ପିଲା ଉପରେ ପୋଲସର ନିସ୍ତୁକ ମାଡ଼ : ହୂମ୍ମା ଫାଣ୍ଡି ଘେରାଉ କଲେ ଗ୍ରାମବାସୀ

ହୂମ୍ମା ଗ୍ରାମର ଜଣେ ଛାତ୍ରଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିବା ସହିତ ବିନା କାରଣରେ ଫାଣ୍ଡିରେ ଅଟକ ରଖିବାକୁ ବିରୋଧ କରି ହୂମ୍ମା ଫାଣ୍ଡି ଘେରାଉ କରିଛନ୍ତି ଗଞ୍ଜାମ ବ୍ଲକ ହୂମ୍ମା ଗ୍ରାମର ଗ୍ରାମବାସୀ  l

ଛତ୍ରପୁର : ହୂମ୍ମା ଗ୍ରାମର ଜଣେ ଛାତ୍ରଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିବା ସହିତ ବିନା କାରଣରେ ଫାଣ୍ଡିରେ ଅଟକ ରଖିବାକୁ ବିରୋଧ କରି ହୂମ୍ମା ଫାଣ୍ଡି ଘେରାଉ କରିଛନ୍ତି ଗଞ୍ଜାମ ବ୍ଲକ ହୂମ୍ମା ଗ୍ରାମର ଗ୍ରାମବାସୀ  l ଗତକାଲି ରାତ୍ରରେ ହୂମ୍ମା ଗ୍ରାମର ଦୀପକ ସାହୁ କାଇଁଚପୁରରୁ ଯଜ୍ଞ ଦେଖି ଫେରିବା ବେଳେ ହୂମ୍ମା ଫାଣ୍ଡି ପୋଲିସ ଦୀପକଙ୍କୁ ମାଡ଼ ମାରିବା ସହିତ ବିନା କାରଣରେ ଫାଣ୍ଡିରେ ଅଟକ ରଖିଲେ l  ଏହି ଘଟଣାକୁ ବିରୋଧ କରିବା ସହିତ ହୂମ୍ମା ଫାଣ୍ଡି ଅଧିକାରୀଙ୍କୁ ହେଡ଼ କ୍ୱାର୍ଟର ବଦଳି କରିବା ଦାବି ନେଇ ଗ୍ରାମବାସୀ ହୂମ୍ମା ଫାଣ୍ଡି ଘେରାଉ କରିଛନ୍ତି l

ଘଟଣାସ୍ଥଳରେ ରମ୍ଭା ଥାନାଧିକାରୀ ସତ୍ୟବ୍ରତ ଭୂତିଆ, ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ସାହୁ, ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ ପ୍ରମୁଖ ପହଂଚି ଘଟଣାର ତଦନ୍ତ କରାଯିବ ବୋଲି ଲୋକଙ୍କୁ ବୁଝାସୁଝା କରିଥିଲେ l ଏହି ଘେରାଉରେ ବିଜେପି ଜିଲ୍ଲା ସଭାପତି ସୁବାସ ସାହୁ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କର, ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ହୂମ୍ମା ସମିତିସଭ୍ୟ ଧ୍ରୁବ ଚରଣ ପଲାଇ, ପୂର୍ବତନ ସମିତି ସଭ୍ୟ ରଙ୍କ ପ୍ରଧାନଙ୍କ ସମେତ ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l

You might also like