ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡ଼ିଓ କନଫରେନସିଂ ମାଧ୍ୟମରେ ଝାରସୁଗୁଡ଼ାର ବହୁ ପ୍ରକଳ୍ପ ଉଦଘାଟିତ

ଆଜି ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡ଼ିଆ ଠାରେ ଝାରସୁଗୁଡା ଜିଲ୍ଲାର ତିନିଟି ରେଳ ଷ୍ଟେସନ ବେଲପାହାଡ଼, ବ୍ରଜରାଜନଗର ଏବଂ ଝାରସୁଗୁଡା ରୋଡ଼ ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯିବା ସହିତ ଝାରସୁଗୁଡା ସରବାହାଲ ଓଭର ବ୍ରିଜର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭିଡ଼ିଓ କନ୍ଫରେନ୍ସିଂଗ ମାଧ୍ୟମରେ କରାଯାଇଛି ।

ଝାରସୁଗୁଡା : ଆଜି ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡ଼ିଆ ଠାରେ ଝାରସୁଗୁଡା ଜିଲ୍ଲାର ତିନିଟି ରେଳ ଷ୍ଟେସନ ବେଲପାହାଡ଼, ବ୍ରଜରାଜନଗର ଏବଂ ଝାରସୁଗୁଡା ରୋଡ଼ ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯିବା ସହିତ ଝାରସୁଗୁଡା ସରବାହାଲ ଓଭର ବ୍ରିଜର ଉଦଘାଟନ, ଘନଶ୍ୟାମ ହେମଲତା ସ୍କୁଲ ପାଖରେ ଏକ ଅଣ୍ଡର ପାସ, କିର୍ମିରା ଠାରେ ଅଣ୍ଡର ପାସ, ବେଲପାହାଡ ଫାଟକ ଠାରେ ଏକ ଓଭର ବ୍ରିଜ, ଅଣ୍ଡର ପାସ ଏବଂ ବ୍ରଜରାଜନଗର ରେଳ ଷ୍ଟେସନର ଉନ୍ନତିକରଣ ଭଳି ବଡ଼ ବଡ଼ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭିଡ଼ିଓ କନ୍ଫରେନ୍ସିଂଗ ମାଧ୍ୟମରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟିକା ଦୀପାଲି ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.