Below header

ନୂଆବର୍ଷରେ ୮ ହଜାର ୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମଠାରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ନୋଡାଲ ଅଫିସର ପହଞ୍ଚିବା ଆରମ୍ଭ କରିଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନୂଆବର୍ଷରେ ରାଜ୍ୟ ସରକାର ୮ ହଜାର ୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବାକୁ ଘୋଷଣା କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ପଦୋନ୍ନତି ପାଇଁ ଉଦ୍ଦିଷ୍ଟ ସମୟ ସୀମାକୁ କୋହଳ କରିଥିବାରୁ ୪୦ ହଜାର ୫୨ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.