ଭିଡିଓ ମଝିରେ ବିଜ୍ଞାପନ ଆପଣଙ୍କୁ କରୁଛି କି ହଇରାଣ,ତେବେ ଏପରି କରନ୍ତୁ ବ୍ଲକ୍‌

ୟୁଟ୍ୟୁବ୍‌ ଦୁନିଆର ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମର ବ୍ୟବହାର ପିଲାଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କରନ୍ତି। କିନ୍ତୁ ଭିଡିଓ ଦେଖିବା ସମୟରେ ମଝିରେ ଯେଉଁ ବିଜ୍ଞାପନ ବା ଆଡ୍‌ ଆସିଥାଏ ତାହା ମଜାକୁ ପୂରା ପାଣିଚିଆ କରିଦିଏ। ଏହି ସମସ୍ୟାକୁ ପ୍ରାୟ ସବୁ ୟୁଜର୍ସ ସାମ୍ନା କରୁଥିବେ। ଏହାସହିତ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଭିଡିଓ ମଝିରେ ଆସୁଥିବା ବିଜ୍ଞାପନକୁ କେମିତି ରୋକା ଯାଇପାରିବ। କିନ୍ତୁ ଏହାର ସମାଧାନ କିଛି ମିଳିନଥାଏ। ତେଣୁ ଆଜି ଆମେ ଆପଣଙ୍କର ଏହି ସମସ୍ୟାର ସମାଧାନ ବିଷୟରେ ଜଣାଇବୁ। ଏମିତି ଖାସ୍‌ ତରିକା ଜଣାଇବୁ ଯେ ଯାହାଦ୍ୱାରା ଆପଣ ୟୁଟ୍ୟୁବରେ ଆସୁଥିବା ବିଜ୍ଞାପନକୁ ବ୍ଲକ କରିପାରିବେ ଏବଂ ବିନା ଅଟକି ଭିଡିଓର ପୂରା ମଜା ନେଇପାରିବେ।

  • ବିଜ୍ଞାପନ ବ୍ଲକ କରିବା ପାଇଁ ଗୁଗଲ କ୍ରୋମ୍‌ ଓପନ କରନ୍ତୁ।
  • ଏଠାରେ ସର୍ଚ୍ଚ କରନ୍ତୁ।
  • ଆପଣଙ୍କ ସ୍କ୍ରୀନ ଉପରେ ନୂଆ ଓ୍ଵିଣ୍ଡୋ ଓପନ ହେବ ଯେଉଁଥିରେ ଦେଖାଯିବ ତାହା ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ ଆଉ ଏକ ଓ୍ଵିଣ୍ଡୋ ଓପନ କରନ୍ତୁ ଯେଉଁଥିରେ ର ଅପସନ୍‌ ମିଳିବ। ତାହା ଉପରେ କ୍ଲିକ କରନ୍ତୁ।
  • କ୍ଲିକ କରିବା ପରେ ଏକ ଫାଇଲ ଡାଉନଲୋଡ ହେବ।
  • ଏବେ ଏହାକୁ ଓପନ କରନ୍ତୁ।
  • ଓପନ ହେବା ପରେ ଏକ୍ସଟେନସନ୍‌ କ୍ରୋମକୁ ଯାଇ ଯୋଡି ହୋଇଯିବ।
  • ଏହାପରେ ଆପଣ ବିନା କୌଣସି ବାଧାରେ ୟୁଟ୍ୟୁବ ଭିଡିଓ ଦେଖିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ବିଜ୍ଞାପନ ହଟାଇବା ପାଇଁ ୟୁଟବ୍ୟୁ ସବସ୍କ୍ରିପସନ୍‌ ପ୍ୟାକର ମଧ୍ୟ ଉପଯୋଗ କରିପାରିବେ। ଏହା ଜରିଆରେ ଆପଣ ବିନା କୌଣସି ବାଧାରେ ୟୁଟ୍ୟୁବ ଭିଡିଓ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ୧୨୯ ଟଙ୍କାର ଚାର୍ଜ ପ୍ରତି ମାସ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.