ଆସିଲା ଜିଓର ୧୦୦ ଟଙ୍କାରୁ କମ ଡାଟାପ୍ଲାନ ଅଫର, ଅନଲିମିଟେଡ କଲିଂ ସହ ମିଳିବ ଇଣ୍ଟରନେଟର ଫାଇଦା

ଜିଓ ନିଜ ୟୁଜର୍ସଙ୍କୁ ନୂଆବର୍ଷ ଭେଟି ଦେବାକୁ ଯାଉଛି। ୟୁଜର୍ସଙ୍କୁ ଅଧିକ ଫାଇଦା ଯୋଗାଇବା ପାଇଁ ନୂଆ ପ୍ଲାନ ବାହାର କରିଛି। ୧୦୦ଟଙ୍କାରୁ କମ ଦାମରେ ଜିଓ ଜବରଦସ୍ତ ଡାଟା ପ୍ଲାନ ବାହାର କରିଛି। ଜାଣିବା ପାଇ ଁ ଆଗକୁ ପଢ଼ନ୍ତୁ।
ରିଲାଏନ୍ସ ଜିଓ ଦେଶର ନମ୍ବର ଓ୍ଵାନ ପ୍ରାଇଭେଟ ଟେଲିକମ୍ କମ୍ପାନୀ। ଜିଓ ନିଜ ୟୁଜର୍ସଙ୍କ ପାଇଁ ଦେଶର ସବୁଠୁ ଶସ୍ତା ପ୍ରିପେଡ ଓ ପୋଷ୍ଟ ପେଡ ପ୍ଲାନ୍ ବାହାର କରିଛି। ଏଥିରେ ୟୁଜର୍ସ ଅନେକ ଫାଇଦା ପାଇବେ। ଆଜି ଆମେ ଜିଓର ଶସ୍ତା ପ୍ରିପେଡ ପ୍ଲାନ ସମ୍ପର୍କରେ କହିବୁ। ଯାହାର ଦାମ ରହିଛି ୧୦୦ ଟଙ୍କାରୁ କମ୍। ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ କଲିଂ ସହ ଡେଲି ଡାଟା ଓ ମେସେଜ ସହ ଓଟିିଟି ବେନିଫିଟସ୍ ମିଳିବ।
୭୫ଟଙ୍କା ଡାଟା ପ୍ଲାନ:
ଜିଓର ଏହି ପ୍ଲାନରେ ୨୩ ଦିନର ଭାଲିଡିଟି ରହିଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୦.୧ ଜିବି ମାନେ ୧୦୦ ଏମବି ଇଣ୍ଟରନେଟ ବେନିଫିଟ ମିଳିବ। ଏହାସହ ୨୦୦ ଏମବି ଏକ୍ସଟ୍ରା ଡାଟା ମଧ୍ୟ ଦିଆଯିବ। ଏଥିରେ ମୋଟ ୨.୫ଜିବି ଇଣ୍ଟରନେଟ ମିଳିବ। ଡାଟା ଲିମିଟ ଶେଷ ପରେ ମଧ୍ୟ ଆପଣ ଅନଲିମିଟେଡ ନେଟ୍ ର ଫାଇଦା ଉଠାଇପାରିବେ। କିନ୍ତୁ ଏହାର ସ୍ପିଡ ୬୪କେବିପିଏସ୍ ହୋଇଯିବ। ମୋଟ ୫୦ ମେସେଜ ଏବଂ ଜିଓ ଆପ୍ ର ସବସ୍କ୍ରିପସନ ସାମିଲ ରହିବ।
୯୧ ଟଙ୍କା ଡାଟା ପ୍ଲାନ:
ଜିଓର ଏହି ପ୍ଲାନ ୨୮ ଦିନ ପର୍ଯ୍ୟନ୍ତ ରହିବ। ଏହି ପ୍ଲାନରେ ୧୦୦ ଏମବି ଡାଟା ସହ ଏକ୍ସଟ୍ରା ୨୦୦ ଏମବି ଡାଟା ମିଳିବ। ମୋଟ ୩ଜିବି ଡାଟା ମିଳିବ। ନେଟ ସରିଲା ପରେ ବି ଅନଲିମିଟେଡ ନେଟ ର ଫାଇଦା ଉଠାଇ ପାରିବେ। ଏହାବ୍ୟତିତ ଅନଲିମିଟେଡ କଲିଂ ମୋଟ ୫୦ମେସେଜ ସହ ଜିଓ କ୍ଲାଉଡ, ଜିଓ ସିନେମା ଓ ଜିଓ ମ୍ୟୁଜିକରୁ ଫାଇଦା ଉଠାଇପାରିବେ।
ତେବେ ଧ୍ୟାନ ଦେବେ ଏହି ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କ ଫୋନ ଜିଓ ଫୋନ ହୋଇଥିବା ଆବଶ୍ୟକ। ଅନ୍ୟ ଫୋନରେ ଆପଣ ଜିଓର ଏହି ଫାଇଦା ଉଠାଇପାରିବେ ନାହିଁ।