କାନ କଣ ନଶୁଣିଲା: ଛେଳି ଚୋରି ଅଭିଯୋଗରେ ସିନ୍ଧେକେଲା ଥାନା ଏଏସଆଇ ନିଲମ୍ବିତ

ବଲାଙ୍ଗୀର(କେନ୍ଯୁଜ୍):ଛେଳି ଚୋରି ଅଭିଯୋଗରେ ପୋଲିସ ଏଏସଆଇ ନିଲମ୍ବିତ । ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ସସପେଣ୍ଡ । ତାଙ୍କୁ ବଲାଙ୍ଗୀର ଏସପି ନିତିନ କୁସଲକର ନିଲମ୍ବିତ କରିଛନ୍ତି । ଗତକାଲି ଛେଳି ଚୋରି ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଏସଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରୀ ଛେଳି ଚୋରି କରି ଭୋଜି କରିଥିବା ଅଭିଯୋଗ ହୋଇଥିଲା ।
ସିନ୍ଧେକେଲା ଗୁରୁପଡ଼ାର ସଂକୀର୍ତ୍ତନ ଗୁରୁ ତାଙ୍କର ୨ଟି ଛେଳି ଚୋରି ନେଇ ଥାନାରେ ଅଭିଯୋଗ କରିଥିଲେ ।ଏହା ପରେ ପୋଲିସ ଗାଡିରେ ବସାଇ ତାଙ୍କୁ ଚାନ୍ଦୋତରା ପଟକୁ ନେଇଥିବା ଅଭିଯୋଗରେ ପରିବାର ଲୋକେ ଥାନା ସମ୍ମୁଖରେ ରୁଣ୍ଡ ହୋଇ ସଂକୀର୍ତ୍ତନଙ୍କୁ ଛାଡି ଦେବା ସହ କ୍ଷତିପୂରଣ ଦାବି କରିଥିଲେ । ଏହି ଘଟଣାରେ ଆଜି ବଲାଙ୍ଗୀର ଏସ୍ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକଙ୍କୁ ସସପେଣ୍ଡ କରିଛନ୍ତି ।