ପୌଷ ଅମାବାସ୍ୟା: ଜାଣନ୍ତୁ ପୂଜା ବିଧି, ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱର କ’ଣ ରହିଛି ବିଶେଷତ୍ୱ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏବେ ପୌଷ ମାସ ଚାଲିଛି। ପ୍ରତି ମାସରେ ଗୋଟେ ଅମାବାସ୍ୟା ତିଥି ପଡିଛି। ହିନ୍ଦୁ ଧର୍ମରେ ଅମାବାସ୍ୟାର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଅମାବାସ୍ୟା ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନରେ ପୂଜା କରାଯାଏ। ଏହି ଦିନ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ତିଳ ତର୍ପଣ ମଧ୍ୟ କରାଯାଏ।
ଅମାବାସ୍ୟା ତିଥିରେ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଥାଏ। ନଦୀରେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପିତୃପୁରୁଷଙ୍କୁ ତର୍ପଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଆମାବାସ୍ୟା ଦିନ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁଷ କାମନା କରିବାର ବ୍ରତ ରଖନ୍ତି।
ପୋଷ୍ୟ ଅମାବାସ୍ୟା ପୂଜା ବିଧି, ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱ:
ଶୁଭ ମୁହୂର୍ତ୍ତ:
ପୌଷ କୃଷ ଅମାବାସ୍ୟାର ଆରମ୍ଭ ତିଥି ସକାଳୁ ୩.୪୧ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେଉଥିବା ବେଳେ ସମାପ୍ତ ଜାନୁଆରୀ ୩ ତାରିଖ ୧୨.୨ ମିନିଟ ସକାଳରେ ହେବ।
ପୂଜା ବିଧି:
ସକାଳୁ ଶୀଘ୍ର ଉଠି ସ୍ନାନ କରିଦିଅନ୍ତୁ। ଏହି ଦିନ ପବିତ୍ର ନଦୀ କିମ୍ବା ପୋଖରୀରେ ସ୍ନାନ କରିବାର ମହତ୍ତ୍ୱ ଅଧିକ ରହିଥାଏ। ତେଣୁ ଆପଣ ଘରେ ଗାଧୋଇବା ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିପାରିବେ।
ଘରେ ସ୍ନାନ କରିବା ପରେ ମନ୍ଦିରରେ ଦୀପ ଜଳାନ୍ତୁ। ତା’ ପରେ ସୂର୍ଯ୍ୟ ଦେବତାଙ୍କ ଅର୍ଘ୍ୟ ଦିଅନ୍ତୁ। ଯଦି ଆପଣ ଉପବାସ ରଖିପାରିବେ, ତେବେ ଉପବାସ ରଖନ୍ତୁ।
ଏହି ଦିନ ପିତୃପୁରୁଷ ସମ୍ବନ୍ଧୀତ କାର୍ଯ୍ୟ କରିବା ଉଚିତ। ଭଗବାନଙ୍କୁ ଅଧିକ ସ୍ମରଣ କରନ୍ତୁ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ବିଧି ବିଧାନରେ ଭଗବାନ ଶଙ୍କରଙ୍କ ପୂଜାର୍ଚ୍ଚନା କରାଯାଏ।
ପୌଷ ଅମାବାସ୍ୟାର ମହତ୍ତ୍ୱ:
ଧାର୍ମିକ ମାନ୍ୟତା ଅନୁସାରେ ପୌଷ ଅମାବାସ୍ୟାର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଏହି ପବିତ୍ର ତିଥିରେ ପିତୃ ପୁରୁଷ କାର୍ଯ୍ୟ କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ।
ଏହି ଦିନ ଦାନ କରିବା ଦ୍ୱାରା ଅନେକ ଗୁଣ ଅଧିକ ଫଳ ପ୍ରାପ୍ତି ହୋଇଥାଏ।