ନୟାଗଡ଼: ୮ ବର୍ଷର ନାବାଳିକା ଅପହରଣକୁ ବିତିଗଲା ୩ଦିନ, ଏପର୍ଯ୍ୟନ୍ତ ଅପରାଧୀଙ୍କ ଟେର୍‌ ପାଉନି ପୋଲିସ୍

ନୟାଗଡ଼(କେନ୍ୟୁଜ୍) : ନୟାଗଡ଼ ଚାନ୍ଦପୁର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣର ତିନି ଦିନ ପରେ ବି ପୋଲିସ ହାତ ଖାଲି । ଗତ ୭ ତାରିଖ ଗୋପବନ୍ଧୁ ନଗରରେ ରାଜେସ ଚୌଧୁରୀଙ୍କ ୮ ବର୍ଷର ଝିଅ ମିତାଲି ଓ ତାର ଜଣେ ସମ୍ପର୍କୀୟ ଭାଇ ଖେଳୁଥିବା ସମୟରେ ଚକଲେଟ୍‌ ଦେବା ବାହାନାରେ ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ । ଏନେଇ ଚାନ୍ଦପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଅପହରଣକାରୀଙ୍କ କୌଣସି ଟେର୍‌ ପାଉନି ପୋଲିସ । ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.