ସାବାସ୍ ଶୋହେଲ,ବିଜୟ ମର୍ଚାଣ୍ଟ ଟ୍ରଫି ଖେଳି ବିସିସିଆଇରୁ ପାଇଥିବା ପାରିଶ୍ରମିକ ଅର୍ଥରୁ ୨୦୦୦ ଟଙ୍କା CMRFକୁ କଲେ ଦାନ 

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟ ମିର୍ଜାପୁର ଗ୍ରାମର ନ୍ୟାମତ୍ ଅଲ୍ଲୀ ଖାଁଙ୍କ ପୁଅ ମହମ୍ମଦ ଶୋହେଲ ଖାଁ। ୧୬ ବର୍ଷରୁ କମ୍ ବୟସ ଓଡ଼ିଶା କ୍ରିକେଟ୍ ଦଳର ଜଣେ ଉଦୀୟମାନ ଖେଳାଳୀ। ସ୍ଥାନୀୟ ମଧୁବନ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର। ଶୋହେଲ ନିକଟରେ ବିଜୟ ମର୍ଚାଣ୍ଟ ଟ୍ରଫି ଖେଳି ବିସିସିଆଇରୁ ପାଇଥିବା ପାରିଶ୍ରମିକ ଅର୍ଥରୁ ୨୦୦୦ ଟଙ୍କା କରୋନା ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଜରିଆରେ ସେ ଏହି ଅର୍ଥ ପ୍ରେରଣ କରିଛନ୍ତି। ଶୋହେଲଙ୍କ ଏଭଳି ମହତ ଚିନ୍ତାଧାରା ଓ ପଦକ୍ଷେପ ପାଇଁ ଗ୍ରାମବାସୀ ବେଶ ଗର୍ବ ଅନୁଭବ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 

 

Leave A Reply

Your email address will not be published.