ଜାଲରେ ପଡ଼ିଲା ୩୦ କେଜିଆ କଳା ସାରଣ୍ଟ ମାଛ, ଦେଖିବା ଲୋକଙ୍କ ଭିଡ

ଜାଲରେ ପଡ଼ିଲା ୫ଫୁଟ ଲମ୍ବ ସାରଣ୍ଟ ମାଛ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ସ୍ଥିତ ବୈତରଣୀ ନଦୀରୁ ପ୍ରାୟ ୩୦ କିଲୋ ଓଜନର ଏକ ସାରଣ୍ଟ ମାଛ ଧରାଯାଇଛି ।

ଭଦ୍ରକ (କେନ୍ୟୁଜ): ଜାଲରେ ପଡ଼ିଲା ୫ଫୁଟ ଲମ୍ବ ସାରଣ୍ଟ ମାଛ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ସ୍ଥିତ ବୈତରଣୀ ନଦୀରୁ ପ୍ରାୟ ୩୦ କିଲୋ ଓଜନର ଏକ ସାରଣ୍ଟ ମାଛ ଧରାଯାଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ସ୍ଥାନୀୟ ଧୀବର ମାଛ ଧରୁଥିଲେ । ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ଅଶୋକ ତରାଇ ନଦୀରେ ଜାଲ ଟାଣୁଥିବା ବେଳେ ଏହି ମାଛ ଧରାପଡିଥିଲା । ପ୍ରାୟ ୫ ଫୁଟ ଲମ୍ବ, ଏହି ମାଛ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ହୋଇଛି ।

ଏହି ମାଛ ବିଶେଷ କରି ପାହାଡିଆ ଅଞ୍ଚଳରେ ରହିଥାନ୍ତି । ମାଛଟି ହୁଣ୍ଡା ପ୍ରଜାତିର । ତେଣୁ ଏହାକୁ ଧରିବାକୁ ସହଜ ହୋଇଥାଏ ବୋଲି ମତ୍ସ୍ୟଜୀବୀ କହିଛନ୍ତି । ତେବେ ଏହି ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋ ହେବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୫ରୁ ୭ବର୍ଷ ହେବ ଏହି ମାଛର ବୟସ । ଏହି ମାଛଟି ଦେଖିବାକୁ କଣ୍ଟିଆ ପ୍ରଜାତିର ମାଛ ଭଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.