Below header

ପରିତ୍ୟକ୍ତ କୁଅରୁ ଭାଲୁ ଉଦ୍ଧାର

ପରିତ୍ୟକ୍ତ କୁଅରୁ ଭାଲୁ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳର ଭାଗଲାକଟା ଗାଁରେ ଏକ ଭାଲୁ କୁଅରେ ଖସିପଡ଼ିଥିଲା । କୁଅରେ ପଡି ଭାଲୁ ଚିତ୍କାର କରିବାରୁ ଗାଁ ଲୋକଙ୍କ ନଜରକୁ ଆସିଥିଲା । ଛେଣ୍ଡିପଦା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲେ। ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଆସି ଭାଲୁଟି ପରିତ୍ୟକ୍ତ କୂଅରେ ପଡିଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.