Below header

ସୁନ୍ଦରଗଡ଼: ସାପ କାମୁଡାରେ ଦୁଇ ଭାଇ ଭଉଣୀ ମୃତ

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଅଘଟଣ । ସାପ କାମୁଡାରେ ଦୁଇ ଭାଇ ଭଉଣୀ ମୃତ । ସକାଳେ ସୁବଳୟା ଗାଁର ପ୍ରଦୀପ ସେନା ଓ ତାଙ୍କ ସ୍ତ୍ରୀ ବିଲକୁ ଯାଇଥିଲେ । ସେଠାରୁ ଦିନ ପ୍ରାୟ ୧୨ଟା ବେଳେ ଘରକୁ ଫେରି ପୁଅ ଝିଅ ଉଠି ନଥିବା ଦେଖିଥିଲେ । ସାପ କାମୁଡିଥିବା ଦେଖି ତୁରନ୍ତ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରିଥିଲେ । ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁନ୍ଦରଗଡ଼ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା କରାନଯାଇ ବିଳମ୍ବରେ ଡାକ୍ତର ଦେଖିଥିଲେ । ଡାକ୍ତର ଶୀଘ୍ର ଦେଖିଥିଲେ ଉଭୟ ଭାଇ ଭଉଣୀ ବଞ୍ଚି ପାରିଥାନ୍ତେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ସୁନ୍ଦରଗଡ଼ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.