ବିଶ୍ୱ ହସ୍ତୀ ଦିବସ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଭଲ କାମ କରିଥିବା କର୍ମଚାରୀ ହେଲେ ପୁରସ୍କୃତ
ଆଜି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ହସ୍ତୀ ଦିବସ ଭାବେ ପାଳନ କରାଯାଇଥାଏ । ଭୁବନେଶ୍ୱର ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହାତୀମାନଙ୍କୁ କଦଳୀ, ନଡିଆ ଓ ସେଓ ଆଦି ଫଳମୂଳ ଖାଇବାକୁ ଦିଆଯାଇଥିଲା। ଏହାସହ ଭଲ କାମ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଧାୟକ ସୁଶାନ୍ତ ରାଉତ ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ବିଶ୍ୱ ହସ୍ତୀ ଦିବସ ୨୦୧୨ ଅଗଷ୍ଟ ୧୨ରେ ପାଲନ କରାଯାଇଥିଲା।