Below header

ଅନୁଗୁଳ: ହାତୀଙ୍କ ଦାଉରୁ ଧନଜୀବନ ରକ୍ଷା କରିବା ପାଇଁ ‘ଗଜବନ୍ଧୁ’ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ ଜିଲ୍ଲାରେ ଅନେକ ସମୟରେ ଦେଖିବାକୁ ମିଳୁଛି ହାତୀ-ମଣିଷ ଲଢେଇ । ହାତୀଙ୍କ ଉପଦ୍ରବରେ ଅନେକ ଧନଜୀବନ ନଷ୍ଟ ହେଉଛି । ଏଥିରୁ ରକ୍ଷା ପାଇବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ଗଜବନ୍ଧୁ ଯୋଜନା ।

ଅନୁଗୁଳ ବନଖଣ୍ଡ ଅଧିନରେ ଥିବା ୬ଟି ରେଞ୍ଜର ହାତୀଙ୍କୁ ନେଇ ସବୁବେଳେ ଲାଗି ରହିଛି ଆତଙ୍କ । ୨୦୧୮-୧୯ରେ ହାତୀ ୩୩ଟି ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ୫୧ଟି ଘର ଆଂଶିକ ଭାଙ୍ଗିଥିଲେ । ୭ ହଜାର ୩୫୨ ଚାଷୀଙ୍କ ୧୫୭୬.୬୯ ଏକର ଜମିରେ ଫସଲ ନଷ୍ଟ ହୋଇଛି । ଏହି ସମୟ ମଧ୍ୟରେ ଯାଇଛି ୪ ଜଣଙ୍କ ଜୀବନ । ବନ୍ତଳା ଅଞ୍ଚଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ତାଳଚେର ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗଜରାଜଙ୍କ ଆତଙ୍କରୁ ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଗଜବନ୍ଧୁ ନାମରେ ଅଭିନବ କାର୍ଯ୍ୟକ୍ରମ କରାଯାଉଛି । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯିବ । ପ୍ରତି ଗାଁରୁ ୪ରୁ ୫ ଜଣଙ୍କୁ ବଛାଯାଇ ପ୍ରଶିକ୍ଷଣ ଦିଆଯିବ । ଗଜବନ୍ଧୁମାନେ ଗାଁରୁ ହାତୀ ପଲକୁ ଘଉଡାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏଥିପାଇଁ ଗଜବନ୍ଧୁ ମାନଙ୍କୁ ପାରିଶ୍ରମକ ମଧ୍ୟ ଦିଆଯିବ । ପ୍ରଥମ କାର୍ଯ୍ୟକ୍ରମରେ ୨୦ଟି ଜିଲ୍ଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି ।

ହାତୀଙ୍କ କବଳରୁ ମଣିଷଙ୍କୁ ରକ୍ଷା କରିବା ପାଇଁ ଏଲିଫ୍ୟାଣ୍ଟ ସ୍କ୍ଵାଡ୍‌ ଗଠନ ହୋଇଥିଲା । ଏବେ ପୁଣି ଆରମ୍ଭ ହୋଇଛି ଗଜବନ୍ଧୁ ଯୋଜନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.