ଜନ୍ମରୁ ଦୃଷ୍ଟିହୀନ, ହେଲେ ବିନା କୌଣସି ପ୍ରଶିକ୍ଷଣରେ ଗାଉଛନ୍ତି ଖୁବ ସୁନ୍ଦର ଗୀତ

ଜଳେଶ୍ବର(କେନ୍ଯୁଜ୍) : ଏଇ ତ ଗଲା ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଭିନ୍ନକ୍ଷମ ମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା । ଯୋଜନା ଖାଲି ରହିଲେ କଣ ହେବ ଆଜ୍ଞା, ତାହା କାର୍ଯ୍ଯକାରୀ ହେବା ଜରୁରୀ । ତେବେ ଏବେ ବି ଅନେକ ଭିନ୍ନକ୍ଷମ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି । ସରକାରୀ ଯୋଜନା ସେମାନଙ୍କ ପାଇଁ ପାଲଟିଛି ସାତ ସପନ ।

ଏମିତି ଜଣେ ଭିନ୍ନକ୍ଷମ ଯୁବକ ଯାହାଙ୍କ ପାଖରେ ପ୍ରତିଭା ତ ଭରପୂର ଅଛି ହେଲେ ଆର୍ଥିକ ସ୍ଥିତି ନା ବରାବର । କେବେ ଟିକିଏ ପେ୍ରେୋତ୍ସାହନ ବି ମିଳିନି ତାଙ୍କୁ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୁଳୀ ଗ୍ରାମର ଭିନ୍ନକ୍ଷମ ଯୁବକ ଜ୍ଯୋତିର୍ମୟୀ ଦଳାଇ । ଯିଏ କି ଜନ୍ମ ରୁ ଦୃଷ୍ଟିହୀନ କିନ୍ତୁ ତାଙ୍କ ସଙ୍ଗୀତ ଅତି ସୁମଧୁର।

ଦୃଷ୍ଟିହୀନ ହୋଇଥିଲେ ମଧ୍ଯ ବିନା କୌଣସି ପ୍ରଶିକ୍ଷଣରେ ସେ କେମିତି ଖୁବ ସୁନ୍ଦର ଗୀତ ଗାଇ ପାରୁଛନ୍ତି। ତାଙ୍କର ସୁମଧୁର କଣ୍ଠସ୍ବର ପାଇଁ ସେ ଆଜି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ମାତ୍ର ଅର୍ଥାଭାବ ଯୋଗୁଁ ସେ ଦୁର୍ଦ୍ଦିନ ରେ ଗତି କରୁଛନ୍ତି । ଯଦି ସରକାର ତାଙ୍କୁ ଏଦିଗରେ ତାଙ୍କୁ ସାହାଯ୍ଯ ର ହାତ ବଢାନ୍ତି ତାହାଲେ ତାଙ୍କ ର ସ୍ବପ୍ନ ପୂରଣ ହେବା ସହିତ ଓଡିଶା ର ନାଆ ରଖି ପାରନ୍ତେ ବୋଲି ସେ କହିଛନ୍ତି ।

ଦୃଷ୍ଟିହୀନ କରି ଜନ୍ମ ହୋଇଥିଲେ ବି ଜ୍ଯୋତିର୍ମୟୀଙ୍କ ଭିତରେ ଜନ୍ମ ନେଇଛି କଳା । ଯେଉଁଥିପାଇଁ ଏବେ ସେ ସମସ୍ତଙ୍କର ପ୍ରୀୟ ହୋଇପାରିଛନ୍ତି । ତେବେ ବର୍ତ୍ତମାନ କେବଳ ଏହା ଦେଖିବାକୁ ଅପେକ୍ଷା କେବେ ଜ୍ଯୋତିର୍ମୟୀଙ୍କୁ ମିଳୁଛି ସାହାୟତାର ହାତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.