Below header

ଯାଜପୁର ଟାଉନ: ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ: ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଦାନଗଦୀ ବ୍ଲକ ନିଉ ସିଆରିଆ ଗ୍ରାମର ସଲ୍ଲାଉଦ୍ଦିନଙ୍କ ପତ୍ନିଙ୍କ ପ୍ରସବ କରାଇବା ପାଇଁ ଡାକ୍ତରଖାନାରେ ଭର୍ତି କରାଇଥିଲେ । ୩ ଦିନ କାଳ ଡାକ୍ତରଖାନାରେ ରହିବା ପରେ ମଧ୍ୟ କୌଣସି ଚିକିତ୍ସା କରାଯାଇନଥିଲା । ପରେ ଏକ ମୃତ ଶିଶୁ ଜନ୍ମ ହୋଇଥିଲା । ଡାକ୍ତର ଜାଣିଶୁଣି ଚିକିତ୍ସା ନ କରିବା ପଂଳରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କିୀୟ । ଏ ନେଇ ସେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ଏ ନେଇ ତଦନ୍ତ କରାଯିବ ଓ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏଡିଏମଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.