୪ର୍ଥ ଥର ପୁଣି ଜନ୍ମ ନେଲା ଝିଅ, ମାନସିକ ସନ୍ତୁଳନ ହରାଇ ବସିଲା ବାପା, ଘଟାଇଲା ଏଭଳି ଜଘନ୍ୟ କାଣ୍ଡ!

ଗୁଜରାଟର ଜୁନାଗଡ଼ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅଭାବ ଅନଟନ ଏବଂ ଲଗାତାର ୪ଟି ଝିଅ ଜନ୍ମ ହେବା କାରଣରୁ ଜଣେ ବାପା ମାନସିକ ସନ୍ତୁଳନ ହରାଇ ବସିଥିଲେ। ଶେଷରେ ସେ ୩ଟି ଝିଅଙ୍କୁ କୂଅରେ ପିଙ୍ଗି ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

wa1

ପୋଲିସର କହିବା ଅନୁସାରେ, ଗ୍ରାମରକ୍ଷୀ ଥିବା ଦେବାଭାଇ ସୋଲଙ୍କି ନାମକ ବ୍ୟକ୍ତି ନିଜର ୩ଟି ଝିଅ ରିୟା(୯), ଅଞ୍ଜଳି(୭) ଓ ଜଲ୍‌ପା(୨)କୁ ଗାଁର ଏକ କୂଅରେ ନେଇ ଫିଙ୍ଗିଦେଇଥିଲେ, ଫଳରେ ୩ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା।

wa2

ଦେବାଭାଇ ୩ଟି ଝିଅଙ୍କୁ ବୁଲାଇବା ବାହାନାରେ କୂଅ ପାଖକୁ ନେଇଯାଇଥିଲେ। ଆଉ କୂଅରେ ଫିଙ୍ଗି ହତ୍ୟା କରିବା ପୂର୍ବରୁ ଝିଅମାନଙ୍କୁ ମିଠା ଏବଂ ଫଳ ଖାଇବାକୁ ଦେଇଥିଲେ। ଝିଅମାନଙ୍କୁ ମାରିଦେବା ପରେ ସେ ନିଜେ ବିଷ ପିଇଦେଇଥିଲେ। କିନ୍ତୁ ଏହାର ପ୍ରଭାବ ନ ପଡ଼ିବାରୁ ଫାଶୀ ଲଗାଇ ଜୀବନ ହାରିଥିଲେ।

wa3

ସୂଚନା ମୁତାବକ, ଦେବାଭାଇଙ୍କ ସ୍ତ୍ରୀ ଏବେ ତାଙ୍କ ବାପଘରେ ଅଛନ୍ତି। କିଛିଦିନ ତଳେ ସେ ପୁଣି ଏକ ଶିଶୁକନ୍ୟାକୁ ସେଠାରେ ଜନ୍ମ ଦେଇଥିଲେ। ଏହି ଖବର ଶୁଣିବା ପରେ ଦେବାଭାଇ ଭାଙ୍ଗିପଡ଼ିଥିଲେ। ଶେଷରେ ଭାରସାମ୍ୟ ହରାଇ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେପଟେ ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.