Below header

ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଯୋଡ଼ା ବଡବିଲ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଯୋଡ଼ା ବଡବିଲ ଗସ୍ତ। ଜିଲ୍ଲା ଖଣିଜ ପାଣ୍ଠିରୁ ୫୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଯୋଡ଼ା ପୌରପାଳିକା ଲାଇବ୍ରେରୀକୁ ବୁଲି ଦେଖିଛନ୍ତି । ସେହିପରି ୬୫ ଲକ୍ଷ ଟଙ୍କାରେ ନିର୍ମିତ ଡି-ସେଣ୍ଟ୍ରାଲାଇଜ୍‌ କମ୍ପୋଜିଟ୍‌ ପ୍ଲାଣ୍ଟ ଓ ୧କୋଟି ୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ମାଇକ୍ରୋ କମ୍ପୋଜେଟ୍‌ ସେଣ୍ଟରକୁ ଯାଇ ଅନୁଧ୍ୟାନ କରିଥିଲେ। ପରେ ପରେ ବଡବିଲଠାରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଉଷୁ ଷ୍ଟାଡିୟମ୍‌ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଶାସନ ସଚିବ। ବଡବିଲ୍‌ଠାରେ ଲୋକାର୍ପିତ ଉଷୁ ଷ୍ଟାଡିୟମ୍‌, ଖେଳ ଓ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ସକାରାତ୍ମକ ବିକାଶ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବଡବିଲ ସିଭିଲ୍‌ ସୋସାଇଟି ତରଫରୁ ବାଇପାସ୍‌ ରିଂ ରୋଡ୍‌ ଓ ବଡବିଲ୍‌-ବାଂଶପାଣି ରେଳପଥ ସଂଯୋଗୀକରଣ ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ପରେ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ପରେ, ଅଚଳ ପଡିଥିବା ଇଡକଲ୍‌ କଳିଙ୍ଗ ଆଇରନ୍‌ କାରଖାନାକୁ ବୁଲି ଦେଖିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.