Below header

ସମାଜ ପାଇଁ ଜ୍ୱଳନ୍ତ ଉଦାହରଣ ପାଲଟିଲେ ଖିଣ୍ଡା ଗ୍ରାମବାସୀ, ନିଜ ଖର୍ଚ୍ଚରେ ଝାଲ ମୁଢ଼ି଼ ବିକାଳିଙ୍କ ମୃତଦେହ ପଠାଇଲେ ବିହାର

ଝାରସୁଗୁଡା: ସଂସାରରେ ଏବେ ମଧ୍ୟ ବଞ୍ଚି ରହିଛି ମାନବିକତା। ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଝାରସୁଗୁଡା ଜିଲ୍ଳାର ଖିଣ୍ଡା ଗ୍ରାମର ଗ୍ରାମବାସୀ । ଓଡିଶାର ଝାରସୁଗୁଡା ଜିଲ୍ଲାରୁ ବିହାରକୁ ଜଣେ ବ୍ୟକ୍ତିଙ୍କ ଶବ ପଠାଇ ସମାଜକୁ ମାନବିକତାର ଏକ ଶିକ୍ଷା ପ୍ରଦାନ କରିଛନ୍ତି ଏହି ଗ୍ରାମବାସୀ ।

khinda jharsuguda 4

ସୂଚନାନୁଯାୟୀ କିଛି ଦିନ ପୂର୍ବରୁ ବିହାରରୁ ଜଣେ ବ୍ୟକ୍ତି ଖିଣ୍ଡା ପଞ୍ଚାୟତକୁ ଆସି ସେଠାକାର ସବୁ ଗ୍ରାମରେ ବୁଲି ବୁଲି ଝାଲମୁଢ଼ି଼ ବିକ୍ରି କରୁଥିଲେ । ମୁଢ଼ି଼ ବିକ୍ରି କରୁ କରୁ ବିଳମ୍ବ ହେଲେ ସେ ସେହି ଗ୍ରାମରେ ରହି ଯାଉଥିଲେ । ତେବେ ରବିବାର ଦିନ ତାଙ୍କୁ ଗୋଟିଏ ବିଶାକ୍ତ ସାପ କାମୁଡିବାରୁ ସେ ଅଚେତ ହୋଇଯାଇଥିଲେ । ଏହା ଦେଖି ଖିଣ୍ଡା ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ପ୍ରଥମେ ଖିଣ୍ଡା ପ୍ରାଥମିକ ଚିକିତ୍ସାଳୟକୁ ନେଇ ଯାଇଥିଲେ । ପରେ ତାଙ୍କର ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଝାଲ ମୁଢ଼ି଼ ବିକାଳି ଜଣଙ୍କର ଝାରସୁଗୁଡାରେ କେହି ନିଜ ଲୋକ ବା ସର୍ମ୍ପକୀୟ ନଥିବାରୁ ଖିଣ୍ଡା ଗ୍ରାମବାସୀମାନେ ଆଗେଇ ଆସି ତାଙ୍କ ଶବକୁ ବିହାର ପଠାଇବାର ବ୍ୟବସ୍ଥା କରିଥିଲେ। ଶବକୁ ବିହାର ପଠାଇବାରେ ୪୮ ହଜାର ଟଙ୍କାର ସାହଯ୍ୟ କରି ମାନବିକତାର ପରିଚୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.