Below header

କରୋନା ରୋଗୀଙ୍କୁ ନା ମିଳିଲା ଭେଣ୍ଟିଲେଟର, ନା ମିଳିଲା ଆମ୍ବୁଲାନ୍ସ ଶେଷରେ ଠେଲା ଗାଡିରେ ମଶାଣୀକୁ ଗଲା ଶବ

କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ କରୋନା ରୋଗୀ ଏବଂ ସେମାନଙ୍କ ମୃତ ଶରୀରକୁ ଅମାନୁଷିକ ବ୍ୟବହାର ମଧ୍ୟ ମାନବିକତାକୁ ଲଜ୍ଜିତ କରିଛି । ନିକଟରେ ପୁନେରୁ ପୁଣିଥରେ କରୋନା ଶବକୁ ନେଇ ଆସିଛି ଲଜ୍ଜ୍ୟାଜନକ ଖବର । ପୁନେରେ ଜଣେ କରୋନା ରୋଗୀ ଡାକ୍ତରଖାନାରେ ଭେଣ୍ଟିଲେଟର ନପାଇ ମୃତ୍ୟୁବରଣ କରିବା ପରେ ମଧ୍ୟ ତାଙ୍କ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା। ଶେଷରେ ତାଙ୍କ ମୃତଦେହକୁ ଏକ ଠେଲା ସାହାଯ୍ୟରେ ମଶାଣୀକୁ ନିଆଯାଇଥିଲା।

एंबुलेंस नहीं मिली ठेले पर जाता कोरोना मरीज का शव (फोटो आजतक)

 

ମହାରାଷ୍ଟ୍ରରେ ଯେଉଁଠି ଦିନକୁ ଦିନ କରୋନା ବୃଦ୍ଧି ପାଉଛି କରୋନା ରୋଗୀଙ୍କୁ ଅବହେଳା ମଧ୍ୟ ସେତେ ଦେଖାଯାଉଛି। ନିକଟରେ ଜଣେ 40 ବର୍ଷୀୟ କରୋନା ସଂକ୍ରମିତ ବ୍ୟକ୍ତି ପୁନେର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର ପାଇନଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ତାଙ୍କ ଶରୀର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିଲା ନାହିଁ। ତେବେ ମାମଲାଟି ପୁନେ ସହରଠାରୁ ପ୍ରାୟ 20 କିଲୋମିଟର ଦୂରରେ ଥିବା ଖାନପୁର ଗାଁର ଅଟେ।

एंबुलेंस नहीं मिली ठेले पर जाता कोरोना मरीज का शव (फोटो आजतक)

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ପିପିଇ କିଟ୍ ପିନ୍ଧି ଲୋକମାନେ ମୃତଦେହକୁ ଗାଁରୁ ଠେଲା ସାହାଯ୍ୟରେ ନେଇଯାଉଥିବାର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି । ଗ୍ରାମବାସୀ କହିଛନ୍ତି ଯେ ମୃତ ବ୍ୟକ୍ତି ମାଛ ବ୍ୟବସାୟ କରୁଥିଲେ। ସୋମବାର ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରଖାନା ତାଙ୍କୁ ଡିସଚାର୍ଜ କରିବାକୁ 40 ହଜାର ଟଙ୍କା ମାଗିଥିଲା । ତା’ପରେ ଗ୍ରାମବାସୀ ଟଙ୍କା ଜମା କରି ବିଲ୍ ପୂରଣ କରିଥିଲେ କିନ୍ତୁ ଡାକ୍ତରଖାନାରେ ଭେଣ୍ଟିଲେଟର ବେଡ୍ ନଥିଲା । ଗାଁର ସରପଞ୍ଚଙ୍କ କହିବା ଅନୁଯାୟୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଆମ୍ବୁଲାନ୍ସମାଗିଥିଲେ କିନ୍ତୁ ଆମ୍ବୁଲାନ୍ସ ନାହିଁ ବୋଲି ସମସ୍ତେ କହିଥିଲେ ଶେଷରେ ଶବକୁ ଏକ ଠେଲା ଦ୍ୱାରା ମଶାଣୀକୁ ନିଆଯାଇଥିଲା।

एंबुलेंस नहीं मिली ठेले पर जाता कोरोना मरीज का शव (फोटो आजतक)

ମୃତଦେହକୁ ଠେଲାରେ ନେବା ପ୍ରଶ୍ନରେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ “ରୋଗୀର ଅନ୍ତିମ ସଂସ୍କାର ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ଗ୍ରାମ ପଞ୍ଚାୟତର ଦାୟିତ୍ୱ। ସେ କାହିଁକି ଶବକୁ ଠେଲାରେ ନେଲେ ତାହା ମୁଁ ଜାଣେ ନାହିଁ । ବର୍ତ୍ତମାନ ଏହାର ତଦନ୍ତ କରାଯାଉଛି” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.