ୟୁଏଏଇରେ ପହଞ୍ଚି ପିଟରସନ କଲେ ବଡ ଧମାକା, କହିଲେ ଆଇପିଏଲ୍‌ ୨୦୨୦ର ବିଜେତା ନାମ !

ଆସନ୍ତା ୧୯ ତାରିଖରୁ ଆଇପିଏଲ୍‌ ୨୦୨୦ ଆରମ୍ଭ ହେବାକୁ ଯାଉଛି। ଚଳିତଥର ଆଇପିଏଲ କିଛି ହଟକେ ହେବାକୁ ଯାଉଛି। ମ୍ୟାଚ ସମୟରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଅନେକ ନିୟମରେ ପରିବର୍ତ୍ତନ କରାଯିବ ଏବଂ ଏହା ମଧ୍ୟରେ ସମସ୍ତ ଦଳ ମ୍ୟାଚ ଜିତିବାକୁ ଆପ୍ରାଣ ଉଦ୍ୟମ କରିବେ। ଆଇପିଏଲ୍‌ ୨୦୨୦ର କିଏ ବିଜେତା ହେବା ଏହାକୁ ନେଇ କ୍ରିକେଟ ଏକ୍ସପର୍ଟ ନିଜ ନିଜର ରାୟ ଦେବା ଆରମ୍ଭ କରିଦେଇଛନ୍ତି। ଆଉ ଏମାନଙ୍କ ମଧ୍ୟରେ ରହିଛି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ। ପିଟରସନ ୟୁଏଇରେ ପହଞ୍ଚି ଆଇପିଏଲ୍‌ ଦଳର କିଏ ବିଜେତା ହେବ କହିଛନ୍ତି।

ପିଟରସନ ଏହି ଲିଗରେ କମେଣ୍ଟ୍ରି କରୁଥିବାର ନଜର ଆସିବେ। ପିଟରସନ ପୂର୍ବରୁ ଆରସିବି, ସନରାଇଜର୍ସ ହାଇଦ୍ରାବାଦ, ରାଇଜିଂ ପୁଣେ ସୁପରଜଏଣ୍ଟସ, ଡେକାନ ଚାର୍ଜସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି। ଏବେ କେଉଁ ଦଳ ଆଇପିଏଲ୍‌ ଜିତିବ ତାହା ଘୋଷଣା କରିଛନ୍ତି। ପିଟରସନ ଏହି ଟିମ୍‌ ପାଇଁ ଆଗରୁ ଖେଳିସାରିଛନ୍ତି।

ପିଟରସନଙ୍କ କହିବା ମୁତାବକ, ଶ୍ରେୟସ ଆୟାରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଆଇପିଏଲ ବିଜେତା ହେବ। ଶ୍ରେୟସଙ୍କ ଟିମ୍‌ ବହୁତ ଭଲ ଖେଳୁଛି ତେଣୁ ତାଙ୍କ ପାଖରେ ଅଧିକ ସୁଯୋଗ ରହିଛି। ଗତ ଥର ଦିଲ୍ଲୀ ଟିମ୍‌ ପ୍ଲେଅଫ୍‌ ପହଞ୍ଚିଥିଲା, କିନ୍ତୁ ଫାଇନାଲରେ ପହଞ୍ଚିପାରିନଥିଲା। ୟୁଏଇରେ ପହଞ୍ଚିବା ପରେ ନିଜ ଇନଷ୍ଟାରେ ଏକ ଫଟୋ ସେୟାର କରି ପିଟରସନ ଏହା ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.