ହୀରାକୁଦ ଜଳଭଣ୍ଡାରରେ ଦେଖିବାକୁ ମିଳିଲା ୧୦ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଏକ ବିରାଟ କାୟ ମାଛ

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦ ଜଳଭଣ୍ଡାରରେ ଦେଖିବାକୁ ମିଳିଛି ଏକ ବିରାଟ କାୟ ମାଛ। ଜଳଭଣ୍ଡାରରେ କିଛି ମାଛ ମରାଳି ମାଛ ଧରୁଥିବା ସମୟରେ ଏହି ବିରାଟ ମାଛଟି ପାଣିରେ ବୁଲୁଥିବାର ସେମାନେ ଦେଖିଥିଲେ। ଏହି ମାଛଟି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ହେବ ବୋଲି ସ୍ଥାନୀୟ ଅଞ୍ଚଳର ମାଛ ଧରାଳିମାନେ କହିଛନ୍ତି। ସେପଟେ ହୀରାକୁଦ ଜଳଭଣ୍ଡାରରେ ଏତେ ବଡ଼ ମାଛ ରହିବା ଏକ ଆଶ୍ଚର୍ଯ୍ୟ କଥା। ଆଜି ପର୍ଯ୍ୟନ୍ତ ଜଳଭଣ୍ଡାରରେ ମାଛ ଧରାଳିମାନେ ଏତେ ବଡ଼ ମାଛ ଦେଖିନଥିଲେ। ତେବେ ଏହି ମାଛ କୋଉଠୁ ଆସିଛି ନା ଏଭଳି ପ୍ରଜାତିର ମାଛ ଆଉ ରହିଛନ୍ତି ଜଳଭାଣ୍ଡରରେ ସେ ନେଇ ମସ୍ୟ ବିଭାଗ ଯାଞ୍ଚ କରିବ ବୋଲି କହିଛି। ତେବେ ଏହି ମାଛଟି ଜଳଭାଣ୍ଡରର ନୂଆ ସ୍ପିଲୱଏ ନିକଟରେ ବୁଲୁଥିବା ଲୋକେ ଦେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.