ଜଗତସିଂହପୁର ବଡ଼ଦେଇଲ ଗାଁରେ ଅଘଟଣ: ପ୍ରେମ ବେପାରକୁ ନେଇ ବୋମା ମାଡ଼, ଯୁବକ ଗୁରୁତର

ଜଗତସିଂହପୁର: ପ୍ରେମ ବେପାରକୁ ନେଇ ବୋମା ମାଡ଼ । ଜଗତସିଂହପୁର ଥାନା ପଲ୍ଲି ପଞ୍ଚାୟତର ବଡ଼ଦେଇଲ ଗାଁରେ ଘଟିଛି ଏଭଳି ଘଟଣା । ଗାଁର ପ୍ରଭାତ ଗାଆଣ ଓ ଅନଗଡ଼ ଗାଁର ହାପୁ ମଲ୍ଲିକଙ୍କ ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାକୁ ହାପୁ ମଲ୍ଲିକ ପ୍ରଭାତଙ୍କ ଉପରକୁ ବୋମା ମାଡ଼ କରିଥିଲା । ଗୁରୁତର ଅବସ୍ଥାରେ ପ୍ରଭାତଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.