କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ, ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ସହିତ ଭୁଜାଲି ଓ ୬ଟି ମୋବାଇଲ ଜବତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ । ନିକିରାଇ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି । ଏହାସହ ଭୁଜାଲି ଓ ୬ଟି ମୋବାଇଲ ଜବତ କରାଯାଇଛି ।

ଗତ ୬ ତାରିଖରେ କେନ୍ଦ୍ରାପଡ଼ାର ବ୍ୟବସାୟୀ ସୋମନାଥ ସାହୁ ପଟ୍ଟାମୁଣ୍ଡାଇରୁ ଟଙ୍କା ନେଇ ଫେରୁଥିବା ବେଳେ ପଥରକଣି ନିକଟରେ ଡକାୟତମାନେ ମାରଣାସ୍ତ୍ର ଦେଖାଇ ୬ ଲକ୍ଷରୁ ଅଧିକ ଟଙ୍କା ଛଡ଼ାଇ ନେଇଥିଲେ । ତଦନ୍ତ ବେଳେ ବ୍ୟବସାୟୀଙ୍କ ଡ୍ରାଇଭର ସେଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ତାକୁ ପଚରାଉଚରା କରିବା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.