Below header

ଆମେରିକାର ବାଲ୍ଟିମୋରରେ ଗ୍ଯାସ୍ ବିସ୍ଫୋରଣ, ଜଣେ ମହିଳା ମୃତ ୪ ଗୁରୁତର ଆହତ

ଆମେରିକାର ମେରିଲ୍ୟାଣ୍ଡ ସହରର ବାଲ୍ଟିମୋରରେ ଏକ ଭୟଙ୍କର ଗ୍ଯାସ୍ ବିସ୍ଫୋରଣ ଘଟିଛି। ସୂଚନା ମୁତାବକ ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ତିନିଟି ଘର ପୋଡି ନଷ୍ଟ ହୋଇଯାଇଛି। ଏଥିସହ ଉକ୍ତ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପିଲାମାନଙ୍କ ସମେତ କିଛି ଲୋକ ଆବର୍ଜନାରେ ଫସି ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଅବସ୍ଥାରେ ସେମାନଙ୍କୁ ଧ୍ବଂସାବଶେଷ ଭିତରୁ ବାହାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ଯ ସ୍ଥାନୀୟ ସମୟ ଅନୁଯାୟୀ ସକାଳ ୧୦ଟା ସମୟରେ ଲାବିରିନ୍ଥ ଏବଂ ରେଷ୍ଟ୍ରେଷ୍ଟାଉନ୍ ରୋଡରେ ଏହି ବିସ୍ଫୋରଣ ଘଟିଛି | ଅନ୍ଯପଟେ ଫସି ରହିଥିବା ଅନ୍ଯମାନଙ୍କୁ ଉଦ୍ଧାର କରିବା ଅଭିଯାନ ଆରମ୍ଭ ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.