ପ୍ରେମକୁ ନେଇ ମହାଭାରତ : ପ୍ରେମିକ ଓ ପ୍ରେମିକାଙ୍କ ପରିବାର ଭିତରେ ଗାଁ ଦାଣ୍ଡରେ ଚାଲିଲା ଯୁଦ୍ଧ, ଭିଡିଓ ଭାଇରଲ

ବାଲେଶ୍ଵର(କେ ନ୍ୟୁଜ): ପ୍ରେମକୁ ନେଇ ସୃଷ୍ଟି ହେଲା ମହାଭାରତ। ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏମିତି ମାର ପିଟ୍ ହେଉଛନ୍ତି ଯେଭଳି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ। ଭିଡିଓ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର । ଗତ ମେ ମାସ ୧୦ ତାରିଖରେ ଏହି ଘଟଣା ଘଟିଥିବା ନେଇ ଜଣାଯାଇଛି । ସୂଚନା ଅନୁସାରେ ଜନୈକ ବାଲେଶ୍ଵର ସହରର ଜଣେ ଯୁବକଙ୍କର ସ୍ଥାନୀୟ ଓସ୍ତପୁରର ଜଣେ ଯୁବତୀଙ୍କ ସହ ପ୍ରେମସମ୍ପର୍କ ଗଢି ଉଠିଥିଲା ।

baleswar clash

ଉଭୟଙ୍କ ପ୍ରେମକୁ ନେଇ ଯୁବତୀଙ୍କ ଘର ପକ୍ଷରୁ ଅସହମତି ପ୍ରକାଶ କରାଯାଇଥିବା ବେଳେ ଯୁବକ ଓ ଯୁବତୀଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ଫଳରେ ପରିଣାମ ସ୍ୱରୂପ ଯୁବକ ଜଣଙ୍କ ଉତ୍କ୍ଷୀପ୍ତ ହୋଇ ସାଙ୍ଗରେ କିଛି ଯୁବକଙ୍କୁ ଆଣି ଯୁବତୀଙ୍କ ଘର ଆଗରେ ଗଣ୍ଡଗୋଳ ଆରମ୍ଭ କରିଥିଲେ । ପରେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏବେ ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାକୁ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.