ଆସିଲା ACF ମୃତ୍ୟୁ ମାମଲାର ଲାଏ ଡିଟେକ୍ସନ ରିପୋର୍ଟ: ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କ ବୟାନକୁ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି (କେନ୍ୟୁଜ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକସନ୍‌ ରିପୋର୍ଟ। ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍‌ ରିପୋର୍ଟକୁ ତର୍ଜମା କରୁଛନ୍ତି କ୍ରାଇମବ୍ରାଞ୍ଚ। ତିନି ଜଣଙ୍କ ବୟାନକୁ ତାଳମେଳ କରାଯାଉଛି। କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ପୂର୍ବ ବୟାନ ଓ ଲାଏ ଡିଟେକ୍ସନ୍‌ ରିପୋର୍ଟକୁ ମେଳ କରାଯାଉଛି।

ରିପୋର୍ଟ ଆଧାରରେ ଖୁବ୍‌ଶୀଘ୍ର ତଦନ୍ତ ଆଗକୁ ବଢିବ। ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ଓ ବିଦ୍ୟା ଭାରତୀଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିଲା। ଗତ ୧୮ ତାରିଖରେ ଡିଏଫଓ ଏବଂ ରୋଷେୟାଙ୍କ ଟେଷ୍ଟ ହୋଇଥିବା ବେଳେ ୨୦ ତାରିଖ ଦିନ ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ ବିଦ୍ୟାଭାରତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.