Below header

ଆମ୍ବ ତୋଳିବା ହେଲା କାଳ, ଗଛରୁ ପଡି ଚାଲିଗଲା ଜୀବନ

ଆନନ୍ଦପୁର(କେନ୍ଯୁଜ୍): ଗଛରୁ ପଡି ଜଣେ ବ୍ଯକ୍ତିଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ପୌରପରିଷଦ ଫକିରପୁର ଗାଁରେ। ସମ୍ପୃକ୍ତ ବ୍ଯକ୍ତି ଜଣକ ହେଉଛନ୍ତି ଫକିରପୁର ଗାଁର ବଳଭଦ୍ର ମହାନ୍ତି।

ସୂଚନା ମୁତାବକ ବ୍ଯକ୍ତି ଜଣକ ନିଜ ବାଡିରେ ଥିବା ଆମ୍ବ ଗଛରେ ଆମ୍ବ ତୋଳିବାକୁ ଚଢିଥିବା ବେଳେ କୌଣସି କାରଣରୁ ହଠାତ୍ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରେ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.