ଆଜି ଦେବ ସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି ନୀତିକାନ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି । ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି ନୀତିକାନ୍ତି । ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ସୀମିତ ସେବାୟତଙ୍କ ଉପସ୍ଥିତିରେ ଆଗେଇ ଚାଲିଛି ନୀତିକାନ୍ତି।

ଅନ୍ଯପଟେ ଆଜି ମହାପ୍ରଭୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ଏଥିପାଇଁ ଗୋପାଳତୀର୍ଥ ମଠରେ ହାତୀବେଶ ପ୍ରସ୍ତୁତି ଶେଷ ହୋଇଛି । ସ୍ନାନମଣ୍ଡପରେ ଜଳଲାଗି ପରେ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ସଜ୍ଜିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.