Below header

୪୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହେଲେ ଯୁବକ

ମରଣ ମୁହଁରେ ନୂଆ ଜୀବନ। ୪୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହେଲେ ଯୁବକ। ବାଲେଶ୍ୱର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

କଥାରେ ଅଛି ଭଗବାନ ଯାହାକୁ ରଖିବେ କିଏ ବା ତାକୁ ମାରି ପାରିବ । ଏମିତି ଏକ ଖବର ଆସିଛି ବାହାନଗା ଦୁର୍ଘଟଣାସ୍ଥଳରୁ । ଜଣେ ଯାତ୍ରୀ ଦୁର୍ଘଟଣାର ୪୮ ଘଣ୍ଟା ପରେ ଏକ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହୋଇଛନ୍ତି ।

୪୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରୁ ଜୀବିତ ଉଦ୍ଧାର ହେଲେ ଯୁବକ। ମରଣ ମୁହଁରେ ପାଇଲେ ନୂଆ ଜୀବନ। ବାଲେଶ୍ୱର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ବାହାନଗା ଲେବଲ କ୍ରସିଂ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ରେଳବାଇ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଆସାମର ବୋଲି ଜଣାପଡ଼ିଥିବା ବେଳେ ସଠିକ ପରିଚୟ ମିଳିପାରିନାହିଁ। ଯୁବକ ଜଣକ ଠିକ ସେ କଥା କହିପାରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.