Below header

ମରିଗଲା ମାନବିକତା, ସେବା ଅଭାବରୁ ଚାଲିଗଲା ରୋଗୀର ଜୀବନ

ଯାଜପୁର ଟାଉନ(କେନ୍ୟୁଜ): ସମାଜରେ ଦିନକୁ ଦିନ ହଜି ଯାଉଛି ମାନବିକତା । ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ମୁଖ୍ୟ ଡାକ୍ତରଖାନାରେ । ଅଜଣା ରୋଗୀଙ୍କୁ ମିଳୁନି ଉଚିତ ରୋଗୀ ସେବା । ଆଖି ଆଗରେ ଚାଲିଗଲା ଜଣେ ଅଜଣା ମହିଳାଙ୍କ ଜୀବନ । ଜୀବନ ଥିବା ବେଳେ ସେହି ମହିଳାଙ୍କୁ ଉଚିତ ରୋଗୀ ସେବା ତ ମିଳିଲାନି ମୃତ୍ୟୁ ପରେ ମଧ୍ୟ ଟିକିଏ ସମ୍ମାନ ଦେବାକୁ ଭୁଲିଗଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ୫ ଘଂଟାରୁ ଉର୍ଦ୍ଧ କାଳ ସର୍ଜରୀ ୱାର୍ଡ ଚଟାଣରେ ପଡିରହିଲା ମୃତ ଦେହ । ଏଭଳି ସମ୍ବେଦନଶୀଳ ଘଟଣା କଏଦ ହୋଇଛି କ୍ୟାମେରାରେ ।

ଏ ହେଉଛି ଯାଜପୁର ମୁଖ୍ୟ ଡାକ୍ତରଖାନା ର ସର୍ଜରୀ ୱାର୍ଡ । ୱାର୍ଡର ବିଭିନ୍ନ ବେଡରେ ଅଛନ୍ତି ରୋଗୀ । ଆଉ ତଳେ ପଡିଥିବା ମହିଳା ଜଣକୁ ଦୀର୍ଘ ଘଂଟା ହେଲା ଆର ପାରିକି ଚାଲିଯାଇଛନ୍ତି । କିନ୍ତୁ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିବାକୁ କେହି ନାହିାଁନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ମହିଳାଙ୍କ ମାନସିକ ବିକୃତି ଥିଲା ଡାକ୍ତରଖାନାରେ ଭର୍ତ୍ତି ହେବା ପର ଠାରେ ପାଖରେ କେହି ନଥିଲେ ଛଟପଟ ହୋଇ ବେଡ ତଳକୁ ପଡି ତାଙ୍କର ମୃତ୍ୟୁ ହୋଇଛି । ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ଏହାସହ ପଢନ୍ତୁ ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଏହି ଅଜଣା ମହିଳା ଜଣକୁ ଆଜି ପାଣିକୋଇଲି ନିକଟରୁ କେତେକ ସ୍ୱେଚ୍ଛାସେବୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଉଦ୍ଧାର ସମୟରେ ମହିଳାଙ୍କ ଦେହରେ କୌଣସି କପଡା ନଥିଲା । ମହିଳାଙ୍କ ଗୋଡ ଉପରେ ଗାଡି ଚଢ଼ିଯାଇଥିଲା । କିନ୍ତୁ ଉଦ୍ଧାର ହୋଇ ଯାଜପୁର ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି ହେବା ପରେ ତାଙ୍କ ପାଖରେ କୌଣସି ସହଯୋଗୀ ନଥିବାରୁ ଚିକିତ୍ସା ଠିକ୍ ଭାବେ ହୋଇନଥିବା ଜଣାପଡିଛି । ଡାକ୍ତରଖାନା କର୍ତ୍ତୃପକ୍ଷ ମହିଳା ଜଣକୁ ସହଯୋଗୀ ଦେଲେ ନାହିଁ ଫଳରେ ବେଡ ତଳକୁ ଖସି ତାଙ୍କର ମୃତ୍ୟୁ ହେଲା । ଏପରିକି ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଟିକିଏ ସମ୍ମାନ ଦେଇନାହିାଁନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ସର୍ଜରୀ ୱାର୍ଡରେ ରୋଗୀଙ୍କ ସାମ୍ନାରେ ପଡିରହିଥିଲା ମୃତଦେହ । ସେଠାରେ ଦାୟିତ୍ୱରେ ଥିବା ନର୍ସଙ୍କ ପାଖରେ ମଧ୍ୟ କୌଣସି ଉତ୍ତର ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.