GST ଠକି ଖଣି ମାଲିକ ଗିରଫ, ଫେକ୍‌ ବିଲ ଜରିଆରେ ୧୨ କୋଟି ୮୪ ଲକ୍ଷ GST ଫାଙ୍କିଥିଲେ

ଟିଟିଲାଗଡ଼ : GST ଠକି ଖଣି ମାଲିକ ତୀର୍ଥଙ୍କର ପଟେଲ ଗିରଫ । GST ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ତୀର୍ଥଙ୍କରଙ୍କୁ ଗିରଫ କରିଛି । ୮୪ କୋଟି ୬୮ଲକ୍ଷ ଫେକ୍‌ ବିଲ ଜରିଆରେ ସେ ୧୨ କୋଟି ୮୪ ଲକ୍ଷ GST ଠକିଥିବାର ଅଭିଯୋଗ ହୋଇଛି । ଗିରଫ ପରେ ତାଙ୍କୁ ଟିଟିଲାଗଡ଼ SDJM କୋର୍ଟରେ ହଜାର କରାଯାଇଥିଲା । ସେଠାରେ ତୀର୍ଥଙ୍କରଙ୍କ ଜାମିନ ଆବେଦନ ଖାରଜ ପରେ ତାକୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.