ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା, ‘ମୋଚା’ର ରୂପ ନେବ ଗଭୀର ଅବପାତ

ଆଜି ମଧ୍ୟରାତ୍ରି ସୁଦ୍ଧା ମୋଚା ଭୀଷଣ ରୂପ ଧାରଣ କରିବ । ମଧ୍ୟରାତ୍ରିରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟା ହେବ । ସମୁଦ୍ରକୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋଚା। କାଲି ପୂର୍ବାହ୍‌ଣରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା ମୋଚା । ଆଉ କିଛି ସମୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଡିପ୍‌ ଡିପ୍ରେସନ୍‌ ସକ୍ରିୟ ରହିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି । ପୋର୍ଟ ବ୍ଲେୟାରରୁ ୫୦୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ, ବାଂଲାଦେଶ ଉପକୂଳରୁ ୧୨ଶହ ୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ମିଆଁମାର ଉପକୂଳରୁ ୧୧ଶହ ୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି କେନ୍ଦ୍ରୀଭୂତ ରହିଛି ଗଭୀର ଅବପାତ । ଆଗକୁ ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଆଜି ମଧ୍ୟରାତ୍ରି ସୁଦ୍ଧା ମୋଚା ଭୀଷଣ ରୂପ ଧାରଣ କରିବ । ମଧ୍ୟରାତ୍ରିରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟା ହେବ । ସମୁଦ୍ରକୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋଚା। କାଲି ପୂର୍ବାହ୍‌ଣରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଏହାପରେ ଗତିପଥ ବଦଳାଇବା ସମ୍ଭାବନା ରହିଛି । ରିକର୍ଭ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ୧୩ ତାରିଖ ସଂଧ୍ୟା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବା ସହ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ମୁହାଁ ହେବ । ୧୪ ତାରିଖ ପୂର୍ବାହ୍ଣରେ ଲାଣ୍ଡଫଲ୍‌ କରିବ ମୋଖା । ବାଂଲାଦେଶ ଓ ମିଆଁମାରରେ ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ଓ ଝଟକା ପବନ ୧୩୦ କିମି ରହିପାରେ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଭାବରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.