ଆଜି ସୃଷ୍ଟି ହେବ ବାତ୍ୟା : ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍‌

ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ନେବ ସାମୁଦ୍ରିକ ଝଡ଼ ମୋଚାର ରୂପ । ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବଢ଼ିବ ବାତ୍ୟା । ଯେତିକି ଆଗକୁ ବଢ଼ିବ ସେତେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ଼ । ସମୁଦ୍ରରୁ ବଳ ଗୋଟଇ ବଳିଆନ୍‌ ହେବ ।

(କେନ୍ୟୁଜ): ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ । ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍‌ । ଏହା ଅଧିକ ଘନୀଭୂତ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ନେବ ସାମୁଦ୍ରିକ ଝଡ଼ ମୋଚାର ରୂପ । ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବଢ଼ିବ ବାତ୍ୟା । ଯେତିକି ଆଗକୁ ବଢ଼ିବ ସେତେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ଼ । ସମୁଦ୍ରରୁ ବଳ ଗୋଟଇ ବଳିଆନ୍‌ ହେବ ।

ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ହୋଇଥିବ ମୋଚା । ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ମଧ୍ୟରାତ୍ରି ସୁଦ୍ଧା ଦକ୍ଷିଣ ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହାପରେ ଗତିପଥ ବଦଳାଇବ ବାତ୍ୟା ମୋଚା । ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ ଓ ଉତ୍ତର ମିଆଁମାର ଆଡ଼କୁ ମୁହାଁଇବ । ୧୪ ତାରିଖରେ ପୂର୍ବାହ୍ନରେ ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ମଧ୍ୟରେ ସ୍ଥଳଭାଗ ଦେଇ ଅତିକ୍ରମ କରିବ ମୋଚା । ଆସନ୍ତାକାଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟ ରହିପାରେ ।

ଆସନ୍ତାକାଲି ରାତିରୁ ବଢ଼ିବ ପବନର ବେଗ । ଅତି ଭୀଷଣ ବାତ୍ୟାରେ ପରିଣତ ହେବାପରେ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ଓ ଏହା ବଢ଼ି ୧୬୫ କିଲୋମିଟ ଛୁଇଁପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବଙ୍ଗୋପସାଗରରେ ବାତ୍ୟା ଆସୁଥିଲେ ବି ଏହାର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ପଡ଼ିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.