Below header

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଆସୁଛନ୍ତି ASIର ୪ ଜଣିଆ ବିଶେଷଜ୍ଞ ଟିମ୍‌, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କରିବେ ଅନୁଧ୍ୟାନ

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବ ASI। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଆସୁଛନ୍ତି ASIର ୪ ଜଣିଆ ବିଶେଷଜ୍ଞ ଟିମ୍‌। ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ଏହି ଟିମ୍‌ ଆସିବ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହୋଇଥିବା କାର୍ଯ୍ୟର ଅନୁଧ୍ୟାନ କରିବ ASI ଟିମ୍‌। ଆସନ୍ତା ୭ ତାରିଖ ସୁଦ୍ଧା ଟିମ୍‌ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ। ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.