ଟ୍ରକକୁ ପିଟିଲା ଆମ୍ବୁଲାନ୍ସ : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଯାଜପୁର(କେନ୍ୟୁଜ):ଟ୍ରକକୁ ପିଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆମ୍ବୁଲାନ୍‌ସଟି ଟ୍ରକ ପଛ ପଟେ ପିଟି ହୋଇ ଚାପି ହୋଇ ରହିଥିଲା। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ୍‌ ସାହାଯ୍ୟରେ ଆମ୍ବୁଲାନ୍ସକୁ ବାହାର କରିଥିଲା। ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ କଟକ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ବଡ଼ଚଣା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.