Below header

ମୋହନା ହିଲ-ଟପ କଲେଜ ଛକ ନିକଟରୁ ଗୋରୁ ବୋଝେଇ ଟ୍ରକ୍ ଜବତ

ମୋହନା: ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ହିଲ-ଟପ କଲେଜ ଛକ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରିଛି ପୋଲିସ l ଶୁକ୍ରବାର ରାତି ୯ଟା ସମୟରେ ଟ୍ରକଟି ଦ୍ରୁତ ଗତିରେ ମୋହନା ବଜାର ଅତିକ୍ରମ କରିବା ବେଳେ ସ୍ଥାନୀୟ ବାସିନ୍ଦା ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘର ସଦସ୍ୟ ମାନେ ତାକୁ ପିଛା କରି କଲେଜ ଛକ ନିକଟରେ କାବୁ କରିଥିଲେ।

ମୋହନା ବେତାରସିଂ ଗ୍ରାମରୁ ଗୋରୁ ଗୁଡିକୁ ଗୁମ୍ମା ଏବଂ ପରେ ହାଇଦ୍ରାବାଦ ଚାଲାଣ ହେଉଥିବା ଜଣାପଡିଛି। ଟ୍ରକ ରୁ ୨୦ରୁ ଉର୍ଦ୍ଧ ଗୋରୁ ଜବତ କରାଯାଇଛି l ଗୋ ଚାଲଣକାରୀ ମୁସାରଫ ଖାନ ସହ, ଟ୍ରକ ଡ୍ରାଇଭର ଏବଂ ହେଲ୍ପରକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ମୋହନା ପୋଲିସ l

ଉକ୍ତ ଗୋ ଚାଲାଣରେ ମୋହନା ଅଞ୍ଚଳର କିଛି ଗୋରୁ ବେପାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ ଏତଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ଦିଆଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.