Below header

ଏଆଇଟିଟିରେ ପ୍ରଥମ ସ୍ଥାନ ଅଧିକାର କଲେ ହୀରାକୁଦ ଆଇଟିଆଇ ଛାତ୍ର ବୀରେନ୍ଦ୍ର ସେଠ

ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡା: ହୀରାକୁଦ ଆଇଟିଆଇ ଛାତ୍ର ବୀରେନ୍ଦ୍ର ସେଠ ସର୍ବଭାରତୀୟ ଟ୍ରେଡ ପରୀକ୍ଷା (ଏଆଇଟିଟି)ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଗତ ବର୍ଷ କରୋନା ଯୋଗୁ ଆଇଟିଆଇ ଶେଷ ବର୍ଷ ପରୀକ୍ଷା ଯଥା ସମୟରେ ହୋଇ ପାରି ନଥିଲା ।

ଏହି ପରୀକ୍ଷା ଗତ ଫେବୃୟାରୀ ମାସରେ ଅନଲାଇନ ମାଧ୍ୟମରେ ହୋଇଥିଲା । ଦୁଇ ଦିନ ତଳେ ଏହାର ଫଳ ପ୍ରକାଶ ପାଇଛି । ହୀରାକୁଦ ସରକାରୀ ଆଇଟିଆଇ ଛାତ୍ର ବୀରେନ୍ଦ୍ର ସେଠ ମେସିନିଷ୍ଟ ଟ୍ରେଡ ଓ ବ୍ରହ୍ମପୁର ଆଇଟିଆଇ ଛାତ୍ର ସାଇଚରଣ ଦାଶ ମେକାନିକ ମୋଟର ଭେହିକିଲ ଟ୍ରେଡରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି । ବୀରେନ୍ଦ୍ରଙ୍କ ସହ ଆଲୋଚନା କରିଛନ୍ତି ଝାରସୁଗୁଡ଼ା ରିପୋର୍ଟର ସନ୍ତୋଷ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.