Below header

ଆଜି ବିଶ୍ୱ ପରିବେଶ ଦିବସ: ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍‌ ରିଷ୍ଟୋରେସନ୍‌ ’’

ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ରୁପେ ପାଳନ କରାଯାଉଛି। ପ୍ରକୃତିର ଗୁରୁତ୍ୱକୁ ମନେପକାଇବାକୁ ଏହା ପାଳନ କରାଯାଉଛି। ୧୯୭୪ରେ ପ୍ରଥମ ଥର ପାଇଁ ଜାତିସଂଘ ପକ୍ଷରୁ ଏହା ଆମେରିକାରେ ପାଳନ କରାଯାଇଥିଲା। ସେତେବେଳେ ଥିମ ଥିଲା ‘‘ଓନଲି ଓ୍ଵାନ୍‌ ଆର୍ଥ’’ ବା ‘‘କେବଳ ଗୋଟିଏ ପୃଥିବୀ’’ । ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍‌ ରିଷ୍ଟୋରେସନ୍‌ ’’ ବା ‘‘ପରିସଂସ୍ଥା ପୁନରୁଦ୍ଧାର ’’।

ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ପରେ ବିଗିଡିଗଲାଣି ପରିବେଶ ସନ୍ତୁଳନ। ଏହାର ପ୍ରଭାବ ମଣିଷ ସମାଜ ଉପରେ ପଡ଼ିଛି। କେବଳ ଜନଜୀବନ ନୁହେଁ, ବରଂ ପରିବେଶ ଜଗତ ପାଇଁ ମହାବିପଦ ସୃଷ୍ଟି କଲାଣି। ଦିନକୁ ଦିନ ବଢୁଥିବା ତାପମାତ୍ରାରେ ଅତିଷ୍ଠ ହେଉଥିବା ବେଳେ ଏବେ କୋଭିଡ୍‌ ୧୯ ପରି ମହାମାରୀର ଶିକାର ହେଉଛି ମାନବ ସମାଜ। ପରିବେଶର ଆବଶ୍ୟକତା ଓ ସମାଜ ପାଇଁ ଏହାର ଅବଦାନ ନେଇ ସଚେତନ ହେବା ପାଇଁ ପ୍ରତିବର୍ଷ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.