ବର୍ଷିୟାନ ସମ୍ବଲପୁରୀ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ୯୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ବର୍ଷିୟାନ ସମ୍ବଲପୁରୀ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଅଟଳ ପଣ୍ଡା ଅନେକ ଚଳଚିତ୍ରରେ କାମ କରିଛନ୍ତି ।

ବିଶେଷ କରି ସମ୍ବଲପୁରୀ ଚଳଚିତ୍ର ଶଲାବୁଢା, ଆଦିମ ବିଚାର ଓ ଶଲାବୁଢ଼ାର ବଦ୍‌ଲା ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଶଲାବୁଢ଼ାର ବଦ୍‌ଲା ଚଳଚ୍ଚିତ୍ର ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ପୁରସ୍କାର ମଧ୍ୟ ପାଇଥିଲା। ୧୯୪୪ରୁ ୨୦୧୨ ମସିହା ପର୍ଯ୍ୟନ୍ତ ସେ ଷ୍ଟେଜ କଳାକାର ଥିଲେ। ୮୩ ବର୍ଷରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଟଳ ବିହାରୀ ପଣ୍ଡା। ବହୁ ରାଷ୍ଟ୍ରୀୟ ଓ ଆନ୍ତରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି। ଚଳିତ ବର୍ଷ ତାଙ୍କ ନା ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିଲା। ଗତ ୧୬ ତାରିଖରେ ତାଙ୍କ ପତ୍ନୀଙ୍କର ମଧ୍ୟ ବିୟୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.