Below header

କରୋନା ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡ଼ିଲେ ବଣିକ ସଂଘ, କରଞ୍ଜିଆରେ ଦୁଇ ଦିନିଆ ବନ୍ଦ ଡାକରା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ସଂକ୍ରମଣ ରୋକିବା ପାଇଁ କରଞ୍ଜିଆ ବଣିକ ସଂଘ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। କରଞ୍ଜିଆ ବଣିକ ସଂଘ ଦୁଇ ଦିନିଆ ବନ୍ଦ ଡାକରା ଦେଇଛି। ଆଜି ବନ୍ଦ ଡାକରାର ଶେଷ ଦିନ। ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଛୋଟରୁ ବଡ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଛି। ଏହି ବନ୍ଦ ଡାକରାକୁ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସ୍ୱାଗତ କରିଛନ୍ତି। ବ୍ୟବସାୟୀମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ନିଜ ନିଜ ପ୍ରତିଷ୍ଠାନ ବନ୍ଦ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.