ନାଇଟ କର୍ଫ୍ୟୁର ସୁଯୋଗ ନେଇ ରାଜଧାନୀରେ ଲୁଟ୍, ଜେସିବି ଲଗାଇ ଛାତ ତାଡ଼ି ନେଇଗଲେ ୧୫ ଲକ୍ଷର ସାମଗ୍ରୀ

ଭୁବନେଶ୍ୱର: ଜେସିବି ଲଗାଇ ଘର ଛାତ ତାଡି ଲୁଟ୍। ରାଜଧାନୀରେ ନାଇଟ କର୍ଫ୍ୟୁର ସୁଯୋଗ ନେଇ ଲୁଟ୍ କଲେ ଦୁର୍ବୃତ୍ତ। ଏକ ସିସିଟିଭି ଦୋକାନରୁ ୧୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ଭୁବନେଶ୍ୱର ଚିନ୍ତାମଣିଶ୍ୱର ମନ୍ଦିର ସାମ୍ନାରେ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜେସିବି ସମେତ ୧୫ଜଣ ଯୁବକ ବାଇକରେ ଆସି ଏପରି କାଣ୍ଡ ଘଟାଇଛନ୍ତି। ଦୁର୍ବୃତ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି।