Below header

ଆମେରିକାରେ ପ୍ରବାସୀ ଓଡ଼ିଆ ପିଲାଙ୍କ କମାଲ୍‌, ସଂସ୍କୃତି ଓ ପରମ୍ପରାର ଶିକ୍ଷା ଦେଲେ ବଡ଼ମାନଙ୍କୁ

ଆମେରିକାର ହ୍ୟୁଷ୍ଟନରେ ପ୍ରବାସୀ ଭାରତୀୟମାନଙ୍କ ଅଭିନବ କାର‌୍ୟ୍ୟକ୍ରମ । ଏହି କରୋନା ସଂକଟ ସମୟରେ ଏଠାକାର ୟୁନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ନିଜ ନିଜ ମାତୃଭାଷା, ସଂସ୍କୃତି, ପରମ୍ପରା, ବରପୁତ୍ରଙ୍କ ଇତିହାସ ଆଦି ଉପରେ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଶିକ୍ଷାଦାନ କରାଯାଉଛି । ଏଥିରେ ଏଠାକାର ପ୍ରବାସୀ ଓଡ଼ିଆମାନେ ଖୁବ୍ ଉତ୍ସାହର ସହ ଭାଗ ନେଉଛନ୍ତି । ନିକଟରେ କେବଳ ପିଲାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ସେମାନେ ସେମାନଙ୍କ ସ୍ୱତନ୍ତ୍ର ପ୍ରତିଭା ପ୍ରଦର୍ଶନ କରିଥିଲେ ।

AMERICA-1AMERICA-3

ମନକୁ ଶାନ୍ତ ରଖିବା ଏବଂ ନିଜ ଭିତରେ ଏକାଗ୍ରତା ସୃଷ୍ଟି ପାଇଁ ଯୋଗ, ପ୍ରାଣାୟାମ, ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପୁଣି କୁନି କୁନି ପିଲାଙ୍କ କଣ୍ଠରେ ଗୀତା ଓ ଭାଗବତ ପାଠ ଖୁବ୍ ସୁନ୍ଦର ଥିଲା । ଏହା ସହିତ ଓଡ଼ିଶା ଇତିହାସ, ସଂସ୍କୃତି, ମନ୍ଦିର, ଖାଦ୍ୟ ଆଦି ଉପରେ ପିଲାମାନେ କହିଥିଲେ । ସେହିପରି ଓଡ଼ିଶାର ବରପୁତ୍ର ମଧୁବାବୁ ପୁଣି ମଦର ଟେରେସା ପ୍ରମୁଖଙ୍କ ଉପରେ କୁନି କୁନି ପିଲାମାନେ ବକ୍ତବ୍ୟ ରଖିଥିଲେ ।

AMERICA-5ସମ୍ପୂର୍ଣ୍ଣ କାର‌୍ୟ୍ୟକ୍ରମ ଭିଡିଓ କନଫରେନସିଂ ମାଧ୍ୟମରେ କରାଯାଇଥିଲା । ପିଲାମାନେ ନିଜ ଘରେ ରହି ଏଥିରେ ଭାଗ ନେଇଥିଲେ । ଯାହାକୁ ପ୍ରବାସୀଙ୍କ ସହ ଓଡ଼ିଶା ତଥା ଭାରତର ବିଭିନ୍ନ ଜାଗାରେ ଦେଖା ଯାଇଥିଲା । ଏମିତିକି ଭାରତରେ ଥିବାଲୋକମାନେ ମଧ୍ୟ ଏହି ଲାଇଭ୍ କାର‌୍ୟ୍ୟକ୍ରମରେ ଭାଗ ନେଇ ନିଜ ନିଜ ଅନୁଭୂତି ବାଣ୍ଟିଥିଲେ ଏବଂ ଏଭଳି କାର‌୍ୟ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.