Below header

ବିଜେଡି ବିଧାୟକଙ୍କୁ ନବୀନଙ୍କ ଆଠସୂତ୍ରୀ ମନ୍ତ୍ର, କହିଲେ କୋଭିଡ୍‌ ଯୁଦ୍ଧରେ ବିଧାୟକମାନଙ୍କ ବଡ଼ ଭୂମିକା ରହିଛି

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ବିଧାୟକଙ୍କୁ ନବୀନଙ୍କ ଆଠସୂତ୍ରୀ ମନ୍ତ୍ର। ବିଜେଡିର ପ୍ରଥମ ଭର୍ଚୁଆଲ ବୈଠକରେ ନବୀନ କହିଛନ୍ତି  କୋଭିଡ୍‌ ଯୁଦ୍ଧରେ ବିଧାୟକମାନଙ୍କ ବଡ଼ ଭୂମିକା ରହିଛି। ମହାମାରୀ ସମୟରେ ସେବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି। ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ଦଳର ବିଧାୟକଙ୍କୁ ୮ ସୂତ୍ରୀ ମନ୍ତ୍ର ଦେଇଛନ୍ତି ନବୀନ। କହିଛନ୍ତି,

ୱାର୍ଡ ସ୍ତରରେ ଗଢ଼ାଯାଇଥିବା ୫୦ ହଜାର କୋଭିଡ୍‌ କେୟାର କମିଟିଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯାଇଛି।

ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ରହିବ। ଏଥିପାଇଁ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି।

ପ୍ରତି ଗାଁରେ କୋଭିଡ ସମ୍ପର୍କିତ କାର୍ଯ୍ୟକ୍ରମରେ କର୍ମୀ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତୁ।

ବୟସ୍କଙ୍କ ଉପଯୁକ୍ତ ଯତ୍ନନେବା ଦରକାର।

ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରନ୍ତୁ।

ଗହଳିକୁ ଯିବା ନାହିଁ କି ଗହଳି କରିବା ନାହିଁ।

ଲୋକଙ୍କ ସହ ଯୋଡ଼ି ହେବାକୁ ଟେକ୍ନଲୋଜିର ବ୍ୟବହାର କରିବା ଦରକାର।

ଜୀବନଜୀବିକା ଓ ଦକ୍ଷତା ବିକା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହ ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.